ଅମର ଜ୍ୟୋତି କ୍ଳବ ଦିବାରାତ୍ର କ୍ରିକେଟ କାଶିପୁର ଚମ୍ପିୟାନ

ଖୋର୍ଦ୍ଧା, ୧୮/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଅମର ଜ୍ୟୋତି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଗଂଳା ବଜାର ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି।ଏହି ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟ ରେ ସମୁଦାୟ ୧୬ ଟିମ ଟୁର୍ଣ୍ଣାମେଣ୍ଟ ରେ ଭାଗନେଇଥିଲେ। ଟୁର୍ଣ୍ଣାମେଣ୍ଟ ର ପ୍ରଥମ ଦିନରେ ଶିକ୍ଷାବିତ ତଥା ସମାଜସେବୀ ଡଃ ପୂର୍ଣ୍ଣଚନ୍ଦ୍ର ଦାଶ,୧୨ ନଂ ଯୋନ୍ ବିଜେପି ମଣ୍ଡଳ ସଭାପତି ଆଲୋକ ରଂଜନ ଛୋଟରାୟ , ସ୍ଥାନୀୟ ସରପଞ୍ଚ କାଦମ୍ବିନୀ ବେହେରା, ସୁକେଶ ସେନାପତି ଆନୁଷ୍ଠାନିକ ଭାବରେ ଖେଳକୁ ଉଦଘାଟନ କରିଥିବା ବେଳେ ଦ୍ୱିତୀୟ ଦିନରେ ବିଜେପି ର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ତଥା ଖୋର୍ଦ୍ଧା ବିଜେପି ର ବିଧାୟକ ପ୍ରାର୍ଥି କାଳୁଚରଣ ଖଣ୍ଡାୟତରାୟ ଓ ନିରାକାରପୁର ସାମ୍ବାଦିକ ସଂଘର ସଭାପତି ଦୀପକ କୁମାର ପ୍ରଧାନଙ୍କ ସମେତ ନିରାକାରପୁର ସାମ୍ବାଦିକ ସଂଘର ସାମ୍ବାଦିକଗଣ, ସମାଜସେବୀ ତଥା ଯୁବ ବିଜେପି ନେତା କିଶୋର ବରାଳ ଖେଳକୁ ଉଦଘାଟନ କରି ପଡିଆ ମଧ୍ୟରେ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଶତାଧିକ ଦର୍ଶକ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ ଏବଂ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚରେ ବିଏଲ ଏସ କ୍ଲବ ନିରାକାରପୁର ଓ କାଶିପୁର ମଧ୍ୟରେ ହୋଇଥିଲା।ଖେଳ ବେଶ ରୋମାଞ୍ଚକର ହୋଇଥିଲା।ମ୍ୟାଚରେ ବିଏଲ ଏସ ନିରାକାରପୁର କୁ ୨୪ ରନରେ ହରାଇ କାଶିପୁର ଚମ୍ପିୟାନ ହୋଇଥିଲା। ନିରାକାରପୁରର ବିଶିଷ୍ଟ ବ୍ୟବସାୟୀ ସୁଶାନ୍ତ କୁମାର ସେନାପତି ଚଂପିୟନ କାଶିପୁର ଦଳକୁ ଟ୍ରଫି ସହ ନଗଦ ୧୧ ହଜାର ଅର୍ଥରାଶି ଓ ରନରସ୍ ଅପ ନିରାକାରପୁର ଦଳକୁ ଟ୍ରଫି ସହ ୭ ହଜାର ଅର୍ଥରାଶି ପ୍ରଦାନ କରିଥିଲେ।ଅମରଜ୍ୟୋତି କ୍ରିକେଟ କ୍ଳବର ସମସ୍ତ ସକ୍ରୀୟ ସଦସ୍ୟ ଏହି ଟୁର୍ଣ୍ଣାମେଣ୍ଟ କୁ ସହଯୋଗ ସହ ସୁଚାରୁରୂପେ ସଂପାଦନ କରିଥିଲେ।

Leave a Reply

Your email address will not be published. Required fields are marked *