କଟକ ସଦର, ୩୦/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସମାଜସେବିକା ଆଲୋଚନା ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି (ଗୁରୁବାର ଦିନ) କିଶନନଗର ଓଡ଼ପଡ଼ା ଠାରେ ଗରାଶୁଣୀ କମ୍ୟୁନିଟି ସେଣ୍ଟର ଓ ଭୁବନେଶ୍ଵର ହକି କ୍ଲବ ର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ହକି ଚମ୍ପିୟାନସିପ୍ ଆୟୋଜିତ ହୋଇଯାଇଛି। ଏଥିରେ ୬ ଗୋଟି ମହିଳା ଓ ପୁରୁଷ ହକି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରେ ଆୟୋଜକ ଗରାଶୁଣୀ ଟିମ୍ କୁ ହରାଇ ଢେଙ୍କାନାଳ ଚମ୍ପିୟାନ ହୋଇଛି।
ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣ ସଭାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଅପ୍ ଟିମ୍ କୁ ଟ୍ରଫି ପ୍ରଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ସ୍ଥାନୀୟ ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ,ସୁଦାମଵତୀ ମଣ୍ଡଳ ସଭାପତି ରଘୁନାଥ ଚୈ।ଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପରିଚାଳନା ରେ ରଞ୍ଜନ ଦାସ, ପ୍ରଦୀପ୍ତ ଦାସ, ଅବିନାଶ ଆନନ୍ଦ ମହାନ୍ତି, ଦିଲ୍ଲିପ ମହାନ୍ତି ଙ୍କ ସହିତ ସମସ୍ତ ହକି ପ୍ରେମୀ ଓ ଆଲୋଚନା ପ୍ରେମୀ ସହାୟତା କରିଥିଲେ।