ମା’ ମଙ୍ଗଳା କ୍ରିକେଟ ପ୍ରତିଯୋଗିତା – ଜରିପଡା ବିଜେତା

ଟାଙ୍ଗୀ, ୨୧/୦୨/୨୦୨୪ (ଓଡ଼ିଶା ସମାଚାର)- ସ୍ଥାନୀୟ ଉଜ୍ଜଳାଗୋପୀନାଥପୁର ଖେଳ ପଡିଆ ରେ ଚାଲିଥିବା ମା’ ମଙ୍ଗଳା କ୍ରିକେଟ ପ୍ରତିଯୋଗିତା ର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚଟି ଉଜ୍ଜଳାଗୋପୀନାଥପୁର ବନାମ ଜରିପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ଜରିପଡା ଦଳ ବ୍ୟାଟିଂର ନିଷ୍ପତିନେଇ ନିର୍ଦ୍ଧାରିତ ୧୫ଓଭରରେ ୦୫ ଉଇକେଟ ହରାଇ ୧୩୭ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଉଜ୍ଜଳାଗୋପୀନାଥପୁର ଦଳ ୧୪ଓଭରରେ ସମସ୍ତ ଉଇକେଟ ହରାଇ ୭୫ରନ ସଂଗ୍ରହ କରି ଉପ ବିଜେତା ହୋଇଥିଲା । ଚଳିତବର୍ଷର ବିଜେତା ଜରିପଡା ହୋଇପାରିଥିଲା । ରଞ୍ଜିତ ପରିଡା ଓ ବିଭୁତିଭୂଷଣ ସାମନ୍ତରାୟ ଖେଳ ପରିଚାଳନା କରିଥିଲେ । ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥିଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ଖେଳ ଦ୍ୱାରା ଭାଇଚାରା ଭାବ ସୃଷ୍ଟି ହେବା ସହ ଶରୀର ସୁସ୍ଥ ରହିଥାଏ ବୋଲି ମତ ବ୍ୟକ୍ତ କରିବାସହ ଖେଳ, ଖେଳାଳି ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ । ବିଶିଷ୍ଟ ଅତିଥିଭାବେ ଯୋଗ ଦେଇଥିଲେ ପ୍ରଭାକର ରାଉତରାୟ ଏବଂ ସୂର୍ୟ୍ୟମଣୀ ସାହୁ । ସହଯୋଗ କରିଥିଲେ ନିରଞ୍ଜନ ପ୍ରଧାନ, ବିକାଶ ପରିଡା ଏବଂ ସଞ୍ଜୁ ପରିଡା । ଉଭୟ ବିଜେତା ଓ ଉପବିଜେତା ଦଳକୁ ଅନୁଷ୍ଠାନ ପକ୍ଷରୁ ଟ୍ରଫିସହ ନଗଦ ଅର୍ଥ ରାଶି ପ୍ରଦାନ କରା ଯାଇଥିଲା । ମ୍ୟାନ ଅଫ ଦି ସିରିଜ ଭାବରେ ମନୋନୀତ ହୋଇଥିଲେ ସାନୁଜ ପରିଡା ।

Leave a Reply

Your email address will not be published. Required fields are marked *