ନିଆଁ ଲାଗି ଦୁଇ ବଖରା ଚାଳ ଛପର ଘର ଭସ୍ମିଭୁତ 

ଗରଦପୁର, ୦୯/୦୯/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ତହସିଲ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତ ଚାଂଚୋଳ ଗ୍ରାମର ହରେଶ ସେଠୀଙ୍କ ଦୁଇ ବଖରା ଚାଳ ଛପର ଘର ଅଗ୍ନିକାଣ୍ଡ ଘଟି ଛାରଖାର ହୋଇ ଯାଇଛି । ଖବର ପାଇ କୋରୁଆ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ ମଧ୍ୟ  ସେତେବେଳକୁ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିଲା । ଘରେ ଥିବା ପ୍ରାୟ ୨ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ ସହ ଧାନ ଚାଉଳ, ଲୁଗାପଟା, ବାସନ କୁସନ ପୋଡ଼ି  ଯାଇଥିଲା ।  ଅଗ୍ନିକାଣ୍ଡର କାରଣ କିଛି ଜଣାପଡ଼ିନାହିଁ ।

ତେବେ ବର୍ଷାରେ ଓଦା ହୋଇ ଯାଇଥିବା ଜାଳେଣି କାଠ କୁଟାକୁ ରୋଷେଇ ସାରି ଚୁଲି ଉପରେ ରଖିଥିବା ହେତୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଦୁଃଖଦ  ଖବର ପାଇ ପଂଚାୟତ କଂଗ୍ରେସ ସଭାପତି ରମାକାନ୍ତ ସ୍ୱାଇଁ ବିପନ୍ନ ପରିବାରଙ୍କୁ ପାଲ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ଏହାଛଡ଼ା ହାପି ଲିଭିଂ ଫାଉଣ୍ଡେସନ୍ ପକ୍ଷରୁ ଏହାର କର୍ମକର୍ତା ଅଶୋକ ଜେନା,  କିଶୋର ନାୟକ, ପ୍ରାମୋଦ ପତି , ଧିରେନ୍ ନାୟକ , ରତ୍ନାକର ରାଉତ ପ୍ରମୁଖ ପିଡ଼ିତଙ୍କ ଘରେ ନଗଦ ୫ ହଜାର ଟଙ୍କା ସହ ଖାଦ୍ୟ ପଦାର୍ଥ ପ୍ରଦାନ କରିଛନ୍ତି ।  ହରେଶ ଅତ୍ୟନ୍ତ ଗରୀବ ହୋଇଥିବାରୁ ଗରଦପୁର ତହସିଲ ଓ ବ୍ଲକ୍ ପକ୍ଷରୁ ତାଙ୍କୁ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *