ବଡ଼ବିଲରେ ଆନନ୍ଦ ଉଦ୍ଦିପନାର ସହିତ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ।

ବଡ଼ବିଲ, ୨୬/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ସାରା ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ବଡ଼ବିଲ ଉତ୍ସବ ପଡ଼ିଆ ଠାରେ ଜାତୀୟ ଦିବସ ପାଳନ ସମିତି ତରଫରୁ ୭୬ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉଦ୍ଦିପନା ମଧ୍ୟରେ ପାଳିତ ହୋଇଯାଇଛି । ବଡ଼ବିଲ ପୌରାଧ୍ୟକ୍ଷ  ଲକ୍ଷ୍ମଣ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୯ଟା ୩୦ରେ  ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହିତ ମିଳିତ ପରେଡ଼ର ଅଭିବାଦନ ଗ୍ରହଣ କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୩୨ ପ୍ଲାଟୁନ ପରେଡ଼୍ ଟିମ୍ ମିଳିତ ପରେଡ଼ରେ ଅଂଶଗ୍ରହଣ କରି ଚିତ୍ତାକର୍ଷକ ପରେଡ଼୍ ପ୍ରଦର୍ଶନ କରିଥିଲେ । ପରେପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଦେଶାତ୍ମବୋଧକ ସଙ୍ଗୀତରେ ନୃତ୍ୟ ପରିବେଷଣ ବେଶ୍ ମନମୁଗ୍ଧକର ହୋଇପାରିଥିଲା । ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ଏହାକୁ ଜାତୀୟ ଦିବସ ପାଳନ ସମିତି ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ.

Leave a Reply

Your email address will not be published. Required fields are marked *