ମାହାଙ୍ଗା,୨୬/୦୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁହୁଣ୍ଡା ପଞ୍ଚାୟତର ବିଭିନ୍ନ ସ୍ଥାନରେ ୭୬ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଗାନ୍ଧିଛକ କଲ୍ୟାଣପୁର ବଜାର କମିଟି ପକ୍ଷରୁ ସଭାପତି ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ପୁନ୍ନାନନ୍ଦ ମହାନ୍ତି, ଅଭୟ ଚରଣ ବେହେରା, କ୍ଷୀରୋଦ ଚନ୍ଦ୍ର ନାୟକ, ଗଣେଶ ଚନ୍ଦ୍ର ସାମଲ ଏବଂ କାର୍ତ୍ତିକ ଚନ୍ଦ୍ର ସାମଲ ପ୍ରମୁଖ ୫ ଜଣ ବୀର ଯବାନଙ୍କୁ ସମ୍ମାନୀତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଦେଶର ସୁରକ୍ଷା ପାଇଁ ନିଜକୁ ସମର୍ପଣ କରିବାକୁ ବୀର ଯବାନ ମାନେ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ଗ୍ରାମ୍ୟ କମିଟି ମୁଖ୍ୟ ରବୀନ୍ଦ୍ର ନାଥ ଦାସ, ସମାଜସେବୀ ଅଫସର ତୁଲ୍ଲା,ପଞ୍ଚାନନ ପଣ୍ଡା, ନିରଞ୍ଜନ ମୁଦୁଲି,ରବୀନ୍ଦ୍ର ପୃଷ୍ଟି, ଚକ୍ରଧର ବେହେରା,ପ୍ରଭାତ ଘଡେଇ, ଜଗନ୍ନାଥ ପଣ୍ଡା, ପ୍ରକାଶ ବେହେରା, ସୁମନ୍ତ ପଲେଇ, ବିଷ୍ଣୁ ଚରଣ ବେହେରା, ତ୍ରିଲୋଚନ ସାହୁ, ସିଦ୍ଧେଶ୍ୱର ବେହେରା, କ୍ଷୀରୋଦ ଦାଶ, ଲଛମନ ସିହ୍ନା, ଅରକ୍ଷିତ ଦାସ, ରାକେଶ ବେହେରା, ସୁନୀଲ ବାରିକ, ରବୀନ୍ଦ୍ର ଦାସ, ପୀତବାସ ସେଠୀ, କାର୍ତ୍ତିକ ସାହୁ,ପ୍ରମୁଖ ଯୋଗଦେଇଥିଲେ । କଲ୍ୟାଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଶିକ୍ଷୟିତ୍ରୀ ମାନେ ପତାକା ଉତ୍ତୋଳନ ସମାରୋହରେ ଉପସ୍ଥିତ ଥିଲେ ।
ସେହିପରି କୋଠପଦା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ଦାସ,ସାମ୍ବାଦିକ ଅଖିଳେଶ ମହାନ୍ତି, ଅଫସର ତୁଲ୍ଲା, ନିରଞ୍ଜନ ମୁଦୁଲି ପ୍ରମୁଖ ଯୋଗଦେଇଥିବା ବେଳେ, ରଘୁନାଥ ବିଦ୍ୟାପୀଠ କୋଠପଦା ଠାରେ ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପୂର୍ବତନ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଦାଶ, ସମିତି ସଭ୍ୟାଙ୍କ ପ୍ରତିନିଧି ଅଖିଳେଶ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ବିଦ୍ୟାଳୟର କ୍ରୀଡା ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କୁଣ୍ଡି ସେବା ସମବାୟ ସମିତି ପକ୍ଷରୁ ରଘୁନାଥ ଜୀୟୁ ମଠ କୋଠପଦା ପ୍ରାଙ୍ଗଣରେ ଅନୁଷ୍ଠିତ ସାଧାରଣତନ୍ତ୍ର ଉତ୍ସବରେ ସଭାପତି ଅଖିଳେଶ ପଦ ମହାନ୍ତି ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ନିର୍ଦ୍ଦେଶକ ନିହାର ରଞ୍ଜନ ପଣ୍ଡା, ରମାକାନ୍ତ ପଣ୍ଡା, ରବୀନ୍ଦ୍ର କୁମାର ପୃଷ୍ଟି, ସମ୍ପାଦକ ଦେବାଶିଷ ପଣ୍ଡା, ନିରଞ୍ଜନ ମୁଦୁଲି, ଅଫସର ତୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ । କୁହୁଣ୍ଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ନଳିନୀ ପ୍ରଭା ପ୍ରଧାନ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁହୁଣ୍ଡା ପଞ୍ଚାୟତର ସମିତିସଭ୍ୟା ସୁପ୍ରଭା ସାମଲଙ୍କ ପ୍ରତିନିଧି ଅଖିଳେଶ ମହାନ୍ତି, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ବିଦୁଲତା ସିଂ, ନିରଞ୍ଜନ ମୁଦୁଲି,ଆରତୀ ନାୟକ,ହେମନ୍ତ ମହାନ୍ତି, ଶ୍ୟାମ ସୁନ୍ଦର ମୁଦୁଲି, ମନୋଜ ଦାସ, ପ୍ରମୋଦ ମହାନ୍ତି, ଅଫସର ତୁଲ୍ଲା,ଧରଣୀ ଧର ନାୟକ, ଅଶୋକ ସାମଲ,ଜଗନ୍ନାଥ ପଣ୍ଡା, ପ୍ରଭାତ ଘଡେଇ, ଅଜୟ ସ୍ୱାଇଁ,ଅକ୍ଷୟ ମହାନ୍ତି,ରତିକାନ୍ତ ପୃଷ୍ଟି,ପ୍ରମୁଖ ଯୋଗଦେବା ଦେଖିବାକୁ ମିଳିଥିଲା । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର କୋଠପଦାର ଛାତ୍ର ଛାତ୍ରୀ ମାନେ ପ୍ରଭାତ ପରିକ୍ରମା କରିଥିଲେ ।
