ବିଦ୍ୟୁତତାର ସଂସ୍ପର୍ଶରେ ହାତୀଛୁଆ ମୃତ

ହିନ୍ଦୋଳ ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ହାତୀ ମଣିଷ ଭିତରେ ଲଢେଇ ବର୍ଷ ତମାମ ଲାଗିରହିଥିବା ବେଳେ କେତେବେଳେ ହାତୀର ଜୀବନ ଚାଲିଯାଉଛି ତ କେତେବେଳେ ମଣିଷର ଜୀବନ ଚାଲିଯାଉଛି ।ଖବରରୁ ପ୍ରକାଶ ଆଜି ହିନ୍ଦୋଳ ବନାଞ୍ଚଳ ରାସୋଳ ସେକ୍ସନ ରାସୋଳ ରାମପାଳ ବନ୍ଧ ନିକଟରେ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ପାଞ୍ଚବର୍ଷ ଛୁଆହାତୀର ମୃତ୍ୟୁ ଘଟିଛି।ଆଗରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଅନେକ ହାତୀଙ୍କର ମୃତ୍ୟୁ ମଧ୍ୟ ଘଟିଛି। ହିନ୍ଦୋଳରେ ବନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହିନ୍ଦୋଳରେ ବର୍ଷ ତମାମ ତିନିଶହ ରୁ ଉର୍ଦ୍ଧ୍ବ ହାତୀ ଚଳପ୍ରଚଳ କରୁଥିବାବେଳେ ହାତୀ ଘଉଡାଇବାରେ ତଥା ବନକାର୍ଯ୍ୟରେ ବନବିଭାଗ ସମ୍ପୁର୍ଣ୍ଣ ବିଫଳ। ସେପଟେ ହାତୀ ସ୍ୱାର୍ଡ ନାମରେ ଗଠିତ କର୍ମଚାରୀ ମାନଙ୍କ ସଂଖ୍ୟା କେତେ ଏବଂ କିଭଳି କେଉଁଠି ସେମାନେ କାର୍ଯ୍ୟ କରୁଛନ୍ତି ସେସମ୍ପର୍କରେ ଜନସାଧାରଣ ସନ୍ଦିହାନ । ହିନ୍ଦୋଳରେ ଏଇ ଏକବର୍ଷର ଭିତରେ ବହୁ ଧନଜୀବନ ଚାଲି ଯାଇଥିବାସହ ବହୁ ହେକ୍ଟର ଚାଷ ଉଜୁଡି ଯାଇଥିବା ନଜିର ମଧ୍ୟ ରହିଛି। ଆଗକୁ ସରକାର କିମ୍ବା ବନବିଭାଗ କୈାଣସି ପଦକ୍ଷେପ ଗ୍ରହଣ ନକଲେ ଚାଷୀମୂଲିଆ ଚାଷ ଛାଡ଼ିଦେବେ ବୋଲି ସଂଙ୍କେତ ଦେଲେଣି। ହିନ୍ଦୋଳରେ ଅସହ୍ୟ ହେଲାଣି ହାତୀ ଉପଦ୍ରବ।ଦେଖିବାକୁ ବାକିରହିଲା କି ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର ଏବଂ ବନବିଭାଗ।

Leave a Reply

Your email address will not be published. Required fields are marked *