ସିଡୁଲ୍ଡ କାଷ୍ଟ   ଫେଡରେସନ ର  କଳାହାଣ୍ଡି ଏସ୍ ପି ଅଫିସ ଘେରାଉ

ହଷ୍ଟେଲରେ ଛାତ୍ରୀ ମୁତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି

କଳାହାଣ୍ଡି,୨୫/୦୧/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) – କଳାହାଣ୍ଡି ଜିଲ୍ଲାରେ ଗତ ୧୯/୧୨/୨୦୨୪ ରେ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଭବାନୀପାଟଣା ବାଣିଜ୍ୟ ବିଭାଗ ପ୍ରଥମ ବର୍ଷ ଛାତ୍ରୀ ତୋଫାଲି ନାଏକ ଙ୍କର ଇନ୍ଦ୍ରାବତୀ ଛାତ୍ରୀ ନିବାସୀ ରେ  ସନ୍ଦେହଜନକ ମୃତ୍ୟୁ  ହୋଇଥିଲା । ମୃତ୍ୟୁ ର ଏକ ମାସ   ହେଲା ପରେ ବି  ପୋଲିସ ତଦନ୍ତ  ବାଟବଣା ତଥା ସନ୍ତୋଷ ଜନକ  ହୋଇ  ନ ଥିବାରୁ,ଆଜି  ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ  ଆହ୍ଵାନରେ ରାଜ୍ୟର ଅନେକ ସାମାଜିକ ଓ ରାଜନୈତିକ ସଂଗଠନ ର ସହଯୋଗରେ ବିଶ୍ଵବିଦ୍ୟାଳୟ ଛକ ରୁ ଏକ ବିଶାଳ ଶୋଭାଯାତ୍ରା ବାହାରି କଳାହାଣ୍ଡି ଏସ୍ ପି  ଅଫିସ ଘେରାଉ  କରାଯାଇଥିଲା । ଶେଷରେ ଜିଲ୍ଲାପାଳଙ୍କ ଜରିଆରେ  ଓଡ଼ିଶାର ମହାମହିମ ରାଜ୍ୟପାଳ ଓ ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦିଆଯାଇଛି । ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ  ଫେଡରେସନ ସଭାପତି ଧନଞ୍ଜୟ ଦୀପ୍, ଉପଦେଷ୍ଟା ଶତ୍ରୁଘ୍ନ ନାଏକ,କଲମପୁର ବ୍ଳକ ସଭାପତି ବଳରାମ ଦୁର୍ଗା,ଉପସଭାପତି ଶ୍ରୀକାନ୍ତ ଛତ୍ରୀଆ,କେସିଙ୍ଗା ବ୍ଳକ ସଭାପତି ତେଜରାଜ ବେହେରା,ଏମ୍ ରାମପୁର ବ୍ଳକ ସଭାପତି ବୃନ୍ଦାବନ ନାଗ, ନର୍ଲା  ବ୍ଳକ ସଭାପତି ରଘୁନାଥ ଦୀପ୍,କୋକସରା ବ୍ଳକ ସଭାପତି କୌସିକ ଦୁରିଆ,ସମାଜିକ ମୁଖ୍ୟ  ଧବଳେଶ୍ଵର ନାଗ,ଜୁନାଗଡ ବ୍ଳକ ସଭାପତି ମହାଦେବ ବାଗ, ଭବାନୀପାଟଣା ବ୍ଳକ ସଭାପତି ନିରାକାର ବାଗ,  ଲବ ସୁନା,ମୂଳ ନିବାସୀ ଯୁବ ଛାତ୍ର ଓଡିଶା ସଭାପତି ଅନିଲ ମଲ୍ଲିକ,ମୂଳ ନିବାସୀ ୟୁନାଇଟେଡ଼୍  ଫୋରମ୍ ରାଜ୍ୟ  ଉପସଭାପତି ମନୋରଞ୍ଜନ ଜେନା, ନୂଆପଡ଼ା ଜିଲ୍ଲା ସଭାପତି ଅଜାମ୍ବର ତାଣ୍ଡି ଙ୍କ  ସହ କଳାହାଣ୍ଡି ଜିଲ୍ଲା ରୁ ହଜାର ହଜାର ମହିଳା ଓ ପୁରୁଷ  ଉକ୍ତ ଆନ୍ଦୋଳନ ରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *