ଜଗତସିଂହପୁର, ୨୩/୧୨/୨୦୨୩ (ଓଡ଼ିଶା ସମାଚାର)-ଜଗତସିଂହପୁର ସହରରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ଜ୍ଞାନ ପ୍ଲେ ସ୍କୁଲରେ ବଡ଼ ଦିନ ପାଳନ ଅବସରରେ ରେଡ ଡେ ପାଳିତ ହୋଇଯାଇଛି। ପ୍ଲେ ସ୍କୁଲ ର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ଯୋଗଦେଇ ରେଡ ଡେ ପାଳନ ସମ୍ପର୍କରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ରେଡ କଲର ହେଉଛି ଉତ୍ସାହ ଓ ଜୀବନ ଶକ୍ତି ର ପ୍ରତୀକ ବୋଲି ବୁଝାଇ ଥିଲେ।ସାଇଜ୍ଞାନ ପ୍ଲେ ସ୍କୁଲ ର ପିଲାମାନେ ଲାଲ ପୋଷାକ ପରିଧାନ କରି ଅତି ଚିତାକର୍ଷକ ଦେଖାଯାଉଥିଲେ।ରଙ୍ଗ ବାସ୍ତବରେ ପ୍ରକୃତିକୁ ସୁନ୍ଦରତାରେ ଭରିଦିଏ।ଏହି ଅବସରରେ ଅତିଥି ଓ ପିଲାମାନେ କେକ କାଟି ଉତ୍ସବ ପାଳନ କରିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ଚୌଧୁରୀ ବିଦ୍ୟାଳୟ ରେ ବିଭିନ୍ନ ଦିବସ ପାଳନ ସମ୍ପର୍କ ରେ ଅବଗତ କରାଇଥିଲେ।କାର୍ଯ୍ୟକ୍ରମ କୁ ପ୍ଲେ ସ୍କୁଲ ର ଶିକ୍ଷୟତ୍ରୀ ପ୍ରାଚୀ ପଟ୍ଟନାୟକ,ସୋନମ ପ୍ରିୟଦର୍ଶିନୀ, ଖୁସି ପୋଥାଳ, ସୁଶ୍ରୀ ସଂଗୀତା, ଲିପ୍ସା ମହାନ୍ତି, ସୁଜାତା ନନ୍ଦୀ ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶିଶୁ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ।ଶେଷରେ ଶିକ୍ଷୟତ୍ରୀ ଲିଜା ବଳ ଧନ୍ୟବାଦ ଅର୍ପଣ କରିଥିଲେ।
ସାଇ ଜ୍ଞାନ ପ୍ଲେ ସ୍କୁଲ ରେ ରେଡ ଡେ ପାଳିତ
