ଖଜୁରିଆକଟା ୨୩/୦୧/୨୦୨୫ (ଓଡ଼ିଶା ସମାଚାର)-ହିନ୍ଦୋଳ ଉପଖଣ୍ଡ ରେ ବହୁତ ଦିନ ଧରି ବେଆଇନ ପଥର ଖଣି ଓ କ୍ରସର ୟୁନିଟ୍ ହୋଇ ଥିବା ନେଇ ଜନ ସାଧାରଣ ବାରମ୍ବାର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ସହ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଶିବିର ରେ ଅଭିଯୋଗ କରି ଆସୁଥିଲେ । ବେଆଇନ ଭାବେ ଖଣି ଖନନ ଫଳରେ ଦିନ ଓ ରାତିରେ ଘର ଭିତରେ ଚଳ ପ୍ରଚଳ କରିବା ଏକ ପ୍ରକାର ମୁସ୍କିଲ ହୋଇ ଯାଇଛି । କ୍ରସର ୟୁନିଟ୍ ଗୁଡ଼ିକ ରାସ୍ତା ପାର୍ଶ୍ବ ରେ ରହିଥିବା ଯୋଗୁଁ ଧୂଳି ଧୁଆଁ ରେ ଲୋକେ ଆକ୍ତା ବ।କ୍ତା ହୋଇ ପଡ଼ୁଛନ୍ତି । ହିନ୍ଦୋଳ ଅଞ୍ଚଳ ରେ ଗଢି ଉଠିଥିବା ପଥର ଖଣି ଗୁଡିକୁ ଦେଖିଲେ ଭୟ ରେ ଦେହ ଶୀତେଇ ଉଠୁଛି । ଏତେ ଗଭୀର ଯେ ଆଖି ପାଉନି । ଏହି ଖଣି ଅଞ୍ଚଳ ର ଆଖ ପାଖ ଜମି ଗୁଡ଼ିକ ରେ ଚାଷ ପ୍ରାୟ ଠପ୍ ହେବାକୁ ବସି ଥିବା ବେଳେ ଜମି ମାଲିକ ପାଟି ଖୋଲିବାର ସାହସ ନାହିଁ । ତେବେ ଏ ନେଇ ବାରମ୍ବାର ଅଭିଯୋଗ ପରେ ଆଜି ହିନ୍ଦୋଳ ପ୍ରଶାସନ ରସୋ ଳ ଥାନା ଅଞ୍ଚଳ ରେ ଥିବା ବେଆଇନ ୮ କ୍ରସର ୟୁନିଟ କୁ ସିଲ୍ କରିବା ସହ ବାଲୀମୀ ଥାନା ଅଞ୍ଚଳ ରେ ୨ ଟି ବେଆଇନ କ୍ରସର ୟୁନିଟ୍ କୁ ସିଲ୍ କରିଛନ୍ତି । ଏହି ଚଢାଉ ରେ ହିନ୍ଦୋଳ ତହସିଲଦାର ଙ୍କ ସମେତ ଦୁଇ ଥାନା ର ଅଧିକାରୀ,କର୍ମଚାରୀ ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ଚେତିଲା ପ୍ରଶାସନ ସିଲ୍ କଲା ୧୦ କ୍ରସର ୟୁନିଟ୍
