କେନ୍ଦ୍ରାପଡା କଲେଜରେ ମାନସିକ ସ୍ୱାସ୍ଥ୍ୟ ସୁସ୍ଥତା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ୦୧/୧୧/୨୦୨୫(ଓଡ଼ିଶା ସମାଚାର)-ଜିଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ମୁଖ୍ୟ ତଥା ଜିଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଧେଶକଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ମନୋବିଜ୍ଞାନ ବିଭାଗର ମିଳିତ ଆନୁକୂଲ୍ୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସୁସ୍ଥତାର ଉନ୍ନତି ନିମନ୍ତେ ଜାଗରଣ ସୃଷ୍ଟି କରିବା ପାଇଁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ସଭାପତିତ୍ୱ କରିଥିଲେ । ଏହି ଆଲୋଚନାଚକ୍ରରେ ବିଭାଗୀୟ ମୁଖ୍ୟ ଡ. ଦେବକାନ୍ତ ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ । ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଅଚୁ୍ୟତାନନ୍ଦ ମହାରଣା, ‘ଆଭ୍ୟନ୍ତରୀଣ ଗୁଣବତା ନିଶ୍ଚିତକରଣ କୋଷ’ର ସଂଯୋଜକ ଡ. ଦିପ୍ତୀ ରାୟ, ଜିଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ମୁଖ୍ୟ ଡା. ମନୋରଞ୍ଜନ ରାଉତ, ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଗୈାରାଙ୍ଗ ଚରଣ ଗିରି, ଜିଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ଅଧୀକ୍ଷକ ଡା. ପ୍ରମୋଦ କୁମାର ପ୍ରହରାଜ, ଏଡିଏମଓ ଡା. ସଚ୍ଚିଦାନନ୍ଦ ମିଶ୍ର, ଡା. ସଚିଦାନନ୍ଦ ନାୟକ, ଶୁଭନାରାୟଣ ନାୟକ, ସୁନ୍ଦର ବିଶ୍ୱାଳ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲା ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ ଓ ଅଧ୍ୟାପିକା ସୋମା ପ୍ରମୁଖ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ ।

ଅଧ୍ୟାପିକା ରତ୍ନମଞ୍ଜରୀ ଦାସ, ଅଧ୍ୟାପିକା ସୁଜାତା ଷଡଙ୍ଗୀ ଓ ମନିଷାକାନ୍ତୀ ଜେନାଙ୍କ ତତ୍ୱାବଧାନରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଓଡିଆ ପ୍ରବନ୍ଧ, ସ୍ଳୋଗାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ମୋକ୍ଷଦା ରଥଙ୍କ ସହଯୋଗରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପିକା କ୍ୟାପଟେନ ସୀମା ମହାନ୍ତି ମଂଚ ପରିଚାଲନା ଓ ସଂଯୋଜନା କରିଥିଲେ । ଅଧ୍ୟାପିକା ଇପ୍ଷିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *