ସୋମପୁର କିଶନନଗର ରାସ୍ତା ନବୀକରଣ ର ଶିଳାନ୍ୟାସ 

କଟକ ସଦର,୨୨/୦୧/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା):  ପୂର୍ତ୍ତ ବିଭାଗ ଅଧିନସ୍ଥ ବିରିଡ଼ି ହାଟ କିଶନନଗର ଭାୟା ସୋମପୁର ରାସ୍ତାର ୭ କୋଟି ଟଙ୍କା ବ୍ୟୟ ଅଟକଳରେ ନବୀକରଣ ହେବାକୁ ଥିବା ସୋମପୁର କିଶନନଗର ରାସ୍ତା କୁ ଆଜି (ବୁଧବାର ଦିନ) କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ତେଲଦିଆ ଛକ ଠାରେ ଶିଳାନ୍ୟାସ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କିଶନନଗର ତହସିଲଦାର କ୍ଷୀରୋଦ କୁମାର ଦାଶ, ଉତ୍କଳ ବିକାଶ ପରିଷଦ କାର୍ଯ୍ୟକାରୀ ସଭାପତି ଵିମଳ ପଣ୍ଡା, ସମୀର ସେନାପତି, ଲକ୍ଷ୍ମୀଧର ଜେନା, ପ୍ରମୋଦ ସାହୁ, ସରୋଜ ବାରିକ,ତାପସ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ। ଶିଳାନ୍ୟାସ କାର୍ଯ୍ୟକ୍ରମ ସରିବା କ୍ଷଣି ଠିକା ସଂସ୍ଥା ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇବା ସହ ସମୟସୀମା ଯଥେଷ୍ଟ ପୂର୍ବରୁ ନବୀକରଣ କାର୍ଯ୍ୟ ସରିବ ବୋଲି ଠିକାଦାର ଦେଵୀ ପ୍ରସାଦ ତ୍ରିପାଠୀ କହିଛନ୍ତି।

Leave a Reply

Your email address will not be published. Required fields are marked *