ଧର୍ମପ୍ରାଣା ମହିଳା ଦୌପଦୀ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ୨୧ ତାରିଖରେ

ଭୁବନେଶ୍ୱର,୨୦/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ହିମାଂଶୁ ଭୂଷଣ ପଣ୍ଡାଙ୍କର ମାତା ଦୌପଦୀ ପଣ୍ଡାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଜାନୁଆରୀ  ୨୧ ତାରିଖରେ ପାଳିତ ହେବ ।  ସେ ଜଣେ ଧର୍ମପ୍ରାଣା ମହିଳା ଥିଲେ ଏବଂ ଶ୍ରୀଜଗନ୍ନାଥଙ୍କ  ପରମ ଭକ୍ତ ଥିଲେ ।  ଭଦ୍ରକ ଜିଲ୍ଲା ଗୁଆମାଳ, ମୋଡ଼ସାହି ସ୍ଥିତ ବାସ ଭବନରେ ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହେବ ବୋଲି  ଜଣାଯାଇଛି ।  ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ୱର୍ଗୀୟା ପଣ୍ଡାଙ୍କ ବନ୍ଧୁ ଓ ପରିବାର ବର୍ଗ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଦିବଂଗତ ଅମରାତ୍ମା ପ୍ରତି ଇଶ୍ୱରଙ୍କ ନିକଟରେ ସଦଗତି କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *