ନିଶ୍ଚିନ୍ତକୋଇଲି,୨୧/୦୧/୨୦୨୫(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ଠାରେ ପ୍ରସିଦ୍ଧ ଶନିଶ୍ଚରପୀଠ ରେ ନୂତନ ନବଗ୍ରହ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ୨୧ତାରିଖ ରୁ ୨୫ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେଉଛି । 
ସମାଜସେବୀ ତଥା ପୃଷ୍ଠପୋଷକ ଗୋଲକ ଚନ୍ଦ୍ର ପରିଡା ଓ ଡିମ୍ପଲ ଚୌଧୁରୀ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବ ପାଞ୍ଚ ଦିନ ଚାଲିବ । ଉତ୍ସବ ଅବସରରେ ବିବିଧ କାର୍ୟ୍ୟକ୍ରମ କରାଯାଉଛି । ମନ୍ଦିର ପ୍ରତିଷ୍ଠା ଅବସରରେ ବିଶିଷ୍ଟ ପଣ୍ଡିତ ମାନଙ୍କ ଦ୍ୱାରା ମହାଯଜ୍ଞ ଅନୁଷ୍ଠିତ ହେଉଛି । ୨୧ତାରିଖ ମଙ୍ଗଳ ବାର ପୁରୀ ର ଜଗନ୍ନାଥ ସଂସ୍କୃତି ପ୍ରବଚକ ମାନସ କୁମାର ପ୍ରଧାନ, ୨୨ତାରିଖ ବୁଧବାର ସନ୍ଧ୍ୟା ରେ ଗୀତିନାଟ୍ୟ, ୨୩ତାରିଖ ଗୁରୁବାର ସନ୍ଧ୍ୟାରେ ଭଜନ ଓ ନୃତ୍ୟ, ୨୪ତାରିଖ ଶୁକ୍ରବାର କୁନି ପ୍ରବଚକ କେଶବଦାସ ଦ୍ୟୁତିକୃଷ୍ଣଙ୍କ ପ୍ରବଚନ ଓ ମାନସୀ ପାତ୍ର ଓ ସାଥି ଙ୍କ ଭଜନ ପରିବେଷଣ କାର୍ୟ୍ୟକ୍ରମ ରହିଛି ।
୨୫ତାରିଖ ଶନିବାର ଉଦଯାପନୀ ଓ ଯଜ୍ଞ ର ପୂର୍ଣ୍ଣାହୁତି ଉପଲକ୍ଷେ ଶ୍ରୀଚରଣ ଓ ସାଥି ଙ୍କ ଦ୍ୱାରା ଭଜନ ପରିବେଷଣ ଓ ଗୋଟିପୁଅ ନୃତ୍ୟ ଅନୁଷ୍ଠିତ ହେବ ଜ୍ଝପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ସମସ୍ତ କର୍ମକର୍ତ୍ତା, ଯୁବବର୍ଗ, ନିକଟସ୍ଥ ଗ୍ରାମର ଗ୍ରାମବାସୀ ସହାୟତା କରୁଛନ୍ତି ।ଏହି ଭବ୍ୟ ମନ୍ଦିର ର ପ୍ରତିଷ୍ଠା ନିମନ୍ତେ ମଙ୍ଗଳ ବାର ମାରଡ଼ା ଗ୍ରାମ ଚିତ୍ରୋତ୍ପଳା ନଦୀ ତଟ ବରାହନାଥ ଘାଟ ରୁ ୨ହଜାର ମହିଳା କଳସ ଶୋଭାଯାତ୍ରା ରେ ଦୁଇକିମି ଦୂର ଜନାର୍ଦ୍ଦନପୁର ଶନି ମନ୍ଦିର ପର୍ୟ୍ୟନ୍ତ ଆସିଥିଲେ । ଯଜ୍ଞ ମଣ୍ଡପରେ ଘଟ ସ୍ଥାପନ ପରେ ଯଜ୍ଞ କାର୍ୟ୍ୟ ଆରମ୍ଭ ହୋଇଥିବା ବେଳେ ଏହା ପାଞ୍ଚଦିନ ଚାଲିବ ।
