ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ଗରଦପୁର, ୧୨/୦୧/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ଅବସ୍ଥିତ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼୍ କ୍ରସ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ଅନୁଷ୍ଠିତ ହୋଇ ଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିଲୋଚନ ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବଟିକୁ ଉଦଘାଟନ କରିବା ସହିତ ସଭାପତିତ୍ୱ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭଗବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ ସୟଦ ନସିମ୍ ଅହେମ୍ମଦ ଯୋଗଦାନ କରି ଯୁବ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ଭାବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର କାର୍ଯ୍ୟ ନିର୍ବାହୀ ତଥା ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ବସନ୍ତ କୁମାର ପାତ୍ର ଜାତୀୟ ଅଭିବୃଦ୍ଧି କ୍ଷେତ୍ରରେ ଯୁବ ଶକ୍ତିର ଆବଶ୍ୟକତା ଓ ସ୍ୱାମୀ ବିବେକାନନ୍ଦ ଙ୍କର ଜିବନୀ ଓ ବାଣୀ ଉପରେ ମତ ଉପସ୍ଥାପନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଉର୍ଦ୍ଧୁ ବିଭାଗର ଅଧ୍ୟାପକ ମହମ୍ମଦ ମାହାସୁଦ୍ ଅଲ୍ଲୀ ବିବେକାନନ୍ଦ ଙ୍କ ଜିବନୀ ଅନୁଶରଣ କରି ଯୁବ ପିଢ଼ୀ ନିଜର ଭବିଷ୍ୟତ ଗଠନ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼୍ କ୍ରସ୍ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବାଣିଜ୍ୟ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ବିଶ୍ୱଜିତ ମହାନ୍ତି ଅତିଥି ପରିଚୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂସ୍କୃତ ବିଭାଗ ଅଧ୍ୟାପିକା ଶ୍ରୀମତୀ ତନୁଜା ବିଶ୍ୱାଳ, ବାଣିଜ୍ୟ ବିଭାଗ ଅଧ୍ୟାପିକା ଶ୍ରୀମତୀ ଜ୍ୟୋତିସ୍ମିତା ଜେନା, ଶିକ୍ଷା ବିଭାଗର ସହାୟକ ପ୍ରଶାନ୍ତ କୁମାର ବଳ, ସହ ଗ୍ରନ୍ଥାଗାରିକ ସୋନାଲିସା ମହାନ୍ତି ଏବଂ କର୍ମଚାରୀ ରାଧାଶ୍ୟମ ଦାଶ ଓ ରଣଜିତ ମହାନ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *