କଟକ ସଦର,୧୯/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ଜଣେ ଜଣାଶୁଣା ତଥା ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡ଼ାକ୍ତର ଗୋପାଳ କର ଙ୍କର ୮୦ ବର୍ଷ ବୟସରେ ଆଜି (ରବିବାର) ପୂର୍ବାହ୍ନରେ କଟକ ପୁରୀଘାଟ ତଳ ତେଲେଙ୍ଗା ଵଜାର ବାସଭବନରେ ହୃଦଘାତରେ ପରଲୋକ ଘଟିଥିବା ଜଣାପଡିଛି। ଡାକ୍ତର କର ଏକାଧାରରେ ଜଣେ ସୁଲେଖକ, ଆଇନିଜିଵୀ, ସୁବକ୍ତା,ରାଜନିତିଜ୍ଞ, ସମାଜସେବୀ, ବିଶିଷ୍ଟ ରୋଟାରୀଆନ, କଟକ କ୍ଲବର ଆଜିଵନ ସଦସ୍ୟ ଭାବେ ରହିବା ସହିତ ସମାଜ କଲ୍ୟାଣ ଓ ବିଭିନ୍ନ ସେବା ପାଇଁ ସେ ବହୁ ଅନୁଷ୍ଠାନରୁ ପୁରସ୍କାର ପାଇଛନ୍ତି। ପ୍ରଥମ ଓଡିଆ ଭାବେ ଭାରତୀୟ ଚିକିତ୍ସିତ ସଂଘର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ। ଓଡ଼ିଶା ସରକାରଙ୍କ ଅଧୀନରେ ଡିଏମଇଟି ଓ କଟକ ବଡ଼ ମେଡ଼ିକାଲର ବିଭାଗୀୟ ମୁଖ୍ୟ ଓ ମେଡିକାଲ୍ କଲେଜ ର ଅଧ୍ୟକ୍ଷ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ବିଶିଷ୍ଟ ଲେଖିକା ଡ଼ାକ୍ତର ଗାୟତ୍ରୀ ଦେଵୀ, ପୁତ୍ର ଇଂ ସୈ।ମେନ୍ଦ୍ର କର,ଆଡଭୋକେଟ ସମ୍ବିତ କର, ମାନସିକ ରୋଗ ବିଶେଷଜ୍ଞ ଡ଼ାକ୍ତର ସମ୍ରାଟ କର ଙ୍କ ସହିତ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ କଟକ ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ଯେ ଡାକ୍ତର କର ପୂର୍ବରୁ କଟକ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଵା ଜଣାପଡିଛି।
ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ କର ଙ୍କ ପରଲୋକ, ଶୋକର ଛାୟା
