ସମାଜସେବୀଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୧୯/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତର ଜଗନ୍ନାଥପୁର ଗ୍ରାମର ସନ୍ତୋଷ କୁମାର ମହାନ୍ତିଙ୍କ ଧର୍ମପତ୍ନୀ ତଥା ସମାଜସେବୀ ତୃପ୍ତୀ ମହାନ୍ତିଙ୍କର ୫୨ବର୍ଷ ବୟସରେ କଟକସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଯୋଇଯାଇଛି । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ନଣଦ ବେବୀ, ଶସ୍ମିତା, ଦିଅର ବୁବୁ ଓ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମର ଶରୀରକୁ ଜଗନ୍ନାଥପୁରସ୍ଥିତ ବାସଭବନକୁ ଅଣାଯିବା ପରେ ସେଠାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ଝିଅ ତାନିଆ, ଜ୍ୱାଇଁ ଜନ୍, ଶଶୁର ରାଜକିଶୋର ମହାନ୍ତି, ନଣଦ ଓ ଦିଅରମାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେ ଜଣେ ମିଷ୍ଟଭାଷୀ, ଉଦାରମନା, ଧର୍ମପରାୟଣା ମହିଳା ଭାବରେ ସାଧାରଣରେ ପରିଚିତା ଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁଅ ସୋହମ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *