ଜଗତସିଂହପୁର ଜିଲ୍ଲାରେ ବ୍ଲକସ୍ତରୀୟ ଜନଶୁଣାଣୀ

ଜଗତସିଂହପୁର,୧୯/୦୧/୨୦୨୫(ଓଡ଼ିଶା ସମାଚାର)-ଜିଲ୍ଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କୁ ଜଣାଇ ଦିଆଯାଉଅଛି ଯେ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପଞ୍ଚଦଶ ଆର୍ଥିକ କମିଶନ ଅନୁଦାନ (ତା.୦୧ ରିଖ ଏପ୍ରିଲ – ୨୦୨୪ ରୁ  ୩୦ ସେପ୍ଟେମ୍ୱର ୨୦୨୪), ମଧ୍ୟରେ ସମ୍ପାଦିତ ହୋଇଥିବା ସମସ୍ତ କାର୍ଯ୍ୟଗୁଡିକର ଜନଶୁଣାଣି ପାଇଁ ବ୍ଲକ ୱାରି ଦିନ, ସମୟ ଓ ସ୍ଥାନ ଧାର୍ଯ୍ୟ କରାଯାଇଅଛି ।

ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଜନସାଧାରଣ, ଯୋଜନା ସହିତ ସଂପୃକ୍ତ ଥିବା ସଙ୍ଗଠନ, ବିଭିନ୍ନ ସରକାରୀ ବିଭାଗ, ସମାଜସେବୀ, ସାମ୍ବାଦିକ, ବ୍ଳକସ୍ତରୀୟ ଜନଶୁଣାଣୀ ଓ ତ୍ରିସ୍ତରୀୟ ପଞ୍ଚାୟତିରାଜର ନିର୍ବାଚିତ ପ୍ରତିନିଧିମାନେ ଅଂଶଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ବ୍ଲକ୍ ସ୍ତରୀୟ ଜନଶୁଣାଣି ବିଭିନ୍ନ ବ୍ଲକ୍ ର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆସନ୍ତା ୨୧.୦୧.୨୦୨୫ ରିଖ ଠାରୁ ୨୮.୦୧.୨୦୨୫ ରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ ଘଟିକା ସମୟରେ ଅନୁଷ୍ଠିତ ହେବ। ଜାନୁଆରୀ ୨୧ ତାରିଖ ଦିନ ଏରସମା ଓ ନାଉଗାଁ ବ୍ଲକ୍ ରେ, ଜାନୁଆରୀ ୨୨ ତାରିଖ ଦିନ କୁଜଙ୍ଗ ଓ ରଘୁନାଥପୁର ବ୍ଲକ୍ ରେ, ଜାନୁଆରୀ ୨୪ ତାରିଖ ଦିନ ବିରିଡ଼ି ଓ ତିର୍ତ୍ତୋଲ ବ୍ଲକ୍ ରେ, ଜାନୁଆରୀ ୨୮ ତାରିଖ ଦିନ ବାଲିକୁଦା ଓ ଜଗତସିଂହପୁର ବ୍ଲକ୍ ରେ ଅନୁଷ୍ଠିତ ହେବ।ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ଆପଣମାନଙ୍କୁ ଅନୁରୋଧ କରାଯାଉଅଛି ଯେ, ଏହି ବ୍ଲକସ୍ତରୀୟ ଜନଶୁଣାଣିରେ ବହୁସଂଖ୍ୟାରେ ଯୋଗଦାନ କରି କାର୍ଯକ୍ରମ କୁ ସଫଳତାର ସହିତ ଆଗେଇ ନେବା ପାଇଁ ଆପଣମାନଙ୍କର ବହୁମୂଲ୍ୟ ମତାମତ ସହିତ ଆପତ୍ତି ଅଭିଯୋଗ ଉପସ୍ଥାପନ କରିପାରିବେ।

Leave a Reply

Your email address will not be published. Required fields are marked *