ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବିପର୍ଯ୍ୟୟ ପ୍ରସ୍ତୁତିରେ ଓଡ଼ିଶାର ସୁନାମକୁ ଅକ୍ଷୁଣ୍ଣ ରଖିବାପାଇଁ ସମୟୋପଯୁକ୍ତ ପଦକ୍ଷେପ ଉପରେ ମୁଖ୍ୟ ଶାସନସଚିବଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର,୧୨/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ରାଜ୍ୟ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ରାଜ୍ୟ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ଅଗ୍ନିଶମ ସେବା ମହା ନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ସ୍ୱତନ୍ତ୍ର ରିଲିଫକମିଶନର, ଭାରତୀୟ ପାଣିପାଗ ବିଭାଗ, ଓଡ୍ରାଫ୍ ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱାଗତ କରି ସ୍ୱତନ୍ତ୍ର  ରିଲିଫ କମିଶନର ତଥା  ଓଏସଡିଏମଏ (ଓସଡମା)ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ  କହିଥିଲେ ଯେ, ବଙ୍ଗୋପସାଗର କୂଳରେ ଭୌଗୋଳିକ ଅବସ୍ଥିତି କାରଣରୁ ଓଡ଼ିଶା ବାତ୍ୟା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ। ପରିବର୍ତ୍ତିତ ଜଳବାୟୁ ପରିସ୍ଥିତି ଫଳରେ ବାତ୍ୟାର  ବାରଂବାରତା ଏବଂ  ଅନିଶ୍ଚିତତା ବୃଦ୍ଧି ପାଇଛି। ପ୍ରସ୍ତୁତି, ସମନ୍ୱୟ ଓ ପୂର୍ବ ସତର୍କ ସୂଚନା ପ୍ରଚାର ମାଧ୍ୟମରେ “ଶୂନ୍ୟ ମୃତାହତ ” ଲକ୍ଷ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଥିବା ସଂପର୍କରେ                  ସେ ଉଲ୍ଲେଖ କରିଥିଲେ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି), ଭୁବନେଶ୍ୱର ର ନିର୍ଦ୍ଦେଶିକା ଡଃ. ମନୋରମା ମହାନ୍ତି ସୂଚନା ଦେଇଥିଲେ ଯେ, ବର୍ତ୍ତମାନ ଓଡିଶା ଉପକୂଳରେ କୌଣସି ବାତ୍ୟାର ସମ୍ଭାବନା ନାହିଁ । ତେବେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ସ୍ୱରୂପ ସମସ୍ତ ସ୍ତରରେ ପ୍ରସ୍ତୁତି ଜାରି ରଖିବାକୁ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ।

ପ୍ରାକ୍ ବାତ୍ୟା ପ୍ରସ୍ତୁତି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷମାନେ ସୂଚନା ଦେଇଥିଲେ । ଅତିରିକ୍ତ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସୂଚନା ଦେଇଥିଲେ ଯେ, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟପାଇଁ ତୁରନ୍ତ ମୁତୟନ ନିମନ୍ତେ ୩୦ଟି ଓଡ୍ରାଫ Uòମ୍ _âସ୍ତୁତ ରହିଛନ୍ତି । ଜଳସମ୍ପଦ, ସ୍ୱାସ୍ଥ୍ୟ ଓ ପରିବାର କfýûଣ, ମତ୍ସ୍ୟଓପ୍ରାଣି ସମ୍ପଦ ବିକାଶ, ଶକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ପୂର୍ତ୍ତ, କୃଷି, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଏବଂ ଗୃହ ଓ ନଗର ଉନ୍ନୟନ ଆଦି ବିଭାଗ ପକ୍ଷରୁ ଜଳଭଣ୍ଡାର ପରିଚାଳନା, ରାସ୍ତା ଓ ବିଦ୍ୟୁତ ତ୍ସେବା, ପୁନରୁଦ୍ଧାର, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଔଷଧ, ପଶୁ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ସହ ଜରୁରୀ କାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମ୍ବନ୍ଧୀୟ ପ୍ରସ୍ତୁତି ସଂପର୍କରେ ବିଭାଗୀୟ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଥିଲା । ବିଭିନ୍ନ ବିଭାଗକୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡିକର ପ୍ରସ୍ତୁତି ସୁନିଶ୍ଚିତ କରିବା, କଣ୍ଟ୍ରୋଲ ରୁମ୍ ସକ୍ରିୟ କରିବା ଏବଂ ମାନକ କାର୍ଯ୍ୟ ପ୍ରଣାଳୀ(ଏସଓପି)କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ବିଶେଷକରି ମତ୍ସ୍ୟଜୀବୀ ମାନଙ୍କ ପାଇଁ ବାତ୍ୟା ସତର୍କତା  ସୂଚନାର ପ୍ରଚାର-ପ୍ରସାର ଓ ପ୍ରଭାବଶାଳୀ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭାଗଗୁଡିକ ମଧ୍ୟରେ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ବୈଠକରେ ବିଭିନ୍ନ ନିର୍ଦ୍ଦେଶ ଓ ପରାମର୍ଶ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ  କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନା ଓ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାର ସୁନାମ ରହିଛି । କିନ୍ତୁ ଏଥିପାଇଁ କୌଣସି ପ୍ରକାର ଆତ୍ମସନ୍ତୁଷ୍ଟିରେ ନ ରହି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସେ ସମସ୍ତ ବିଭାଗକୁ ପରାମର୍ଶ ଦେଇଥିଲେ। ସମୟୋପଯୁକ୍ତ ପଦକ୍ଷେପ, ନିର୍ଦ୍ଧାରିତ ମାର୍ଗଦର୍ଶିକାର କଡାକଡି ପାଳନ ଓ ଜରୁରୀକାଳୀନ ସମୟରେ ତ୍ୱରିତ ସୂଚନା ପ୍ରସାର ମାଧ୍ୟମରେ ରାଜ୍ୟର ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାର ସୁନାମକୁ ଅକ୍ଷୁଣ୍ଣ ରଖିବାକୁ ସେ ଗୁରୁତ୍ୱାରୋପ କରିଥିଲେ ।

          ଉନ୍ନୟନ କମିଶନର ଶ୍ରୀ ସିଂହ ସମସ୍ତ ବିଭାଗକୁ କ୍ଷେତ୍ର ସ୍ତରୀୟ ଅଧିକାରୀ ମାନଙ୍କ ସହ ପ୍ରସ୍ତୁତି ବ୍ୟବସ୍ଥାର ନିୟମିତ ସମୀକ୍ଷା କରିବା ସହ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ କଡାକଡି ଭାବେ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

-0-

ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *