ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାଳିକା ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ  

ଗରଦପୁର, ୧୭/୦୧/୨୦୨୫ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ଅବସ୍ଥିତ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ବାଳିକା ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଆଜି ୧୭ ତାରିଖ ରେ ଉଦଯାପିତ ହୋଇ ଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିଲୋଚନ ସ୍ୱାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଉକ୍ତ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମ ର ସୁଫଳ ଓ କାର୍ଯ୍ୟକାରିତା ବିଷୟରେ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶିକ୍ଷା ବିଭାଗ ଅଧ୍ୟାପକ ତଥା ଜାତୀୟ ସେବା ସଂସ୍ଥାର ସଂଯୋଜକ ବସନ୍ତ କୁମାର ପାତ୍ର ଯୋଗଦେଇ ତାଲିମ ର ଯଥାର୍ଥତା ଓ ଉପଯୋଗିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ବାଣିଜ୍ୟ ବିଭାଗର ଅଧ୍ୟାପକ ବିଶ୍ୱଜିତ ମହାନ୍ତି ଓ ଶିକ୍ଷା ବିଭାଗର ସହାୟକ ପ୍ରଶାନ୍ତ କୁମାର ବଳ ଯୋଗଦେଇଥିଲେ । ତାଲିମ ସଂଯୋଜିକା ଶ୍ରୀମତୀ ତନୁଜା ବିଶ୍ୱାଳ ବିବରଣୀ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ଦାସ,ହରପ୍ରିୟା ମହାନ୍ତି, ସୋନାଲୀ ନାୟକ , ଗାୟତ୍ରୀ ଦାସ,ଦୀପା ମଲିକ ଭିନ୍ନ ଭିନ୍ନ ତାଲିମ କାର୍ଯ୍ୟକ୍ରମ ର କୁଶଳତା ପ୍ରଦର୍ଶନ କରିଥିଲେ । ଶେଷରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ବଂଟନ କରାଯାଇଥିଲା । ଅଧ୍ୟାପିକା ଶ୍ରୀମତୀ ଜ୍ୟୋତିସ୍ମିତା ଜେନା, ଅଧ୍ୟାପିକା ସେଫାଳି ମହାନ୍ତି, ଅଧ୍ୟାପକ ମହମ୍ମଦ ମାସୁଦ ଅଲ୍ଲୀ, କର୍ମଚାରୀ ରାଧାଶ୍ୟାମ ଦାଶ, ରଣଜିତ ମହାନ୍ତି ଓ ଦିବାକର ମଲିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *