ନବଗ୍ରହ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି

ନିଶ୍ଚିନ୍ତକୋଇଲି,୧୭/୦୧/୨୦୨୫(ଓଡିଶା ସମାଚାର/ ଅଭୟ ଜେନା )-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ଠାରେ ପ୍ରସିଦ୍ଧ ଶନିଶ୍ଚର ପୀଠ ରେ ନୂତନ ନବଗ୍ରହ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଚଳିତ ମାସ ୨୧, ୨୨, ୨୩, ୨୪ ଓ ୨୫ ତାରିଖ  ୫ ଦିନ ଧରି  ଅନୁଷ୍ଠିତ ହେବ ।  ଏଥିନେଇ ଏକ ପ୍ରସ୍ତୁତି ବୈଠକ ବିଶିଷ୍ଟ ସମାଜସେବୀ ତଥା ପୃଷ୍ଠପୋଷକ ଗୋଲକ ଚନ୍ଦ୍ର ପରିଡା ଓ ଡିମ୍ପଲ ଚୌଧୁରୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଉତ୍ସବ ଅବସରରେ ବିବିଧ କାର୍ୟ୍ୟକ୍ରମ କରାଯାଉଥିବା ଆୟୋଜକ ମାନେ ସୂଚନା ଦେଇଛନ୍ତି । ମନ୍ଦିର ପ୍ରତିଷ୍ଠା ଅବସରରେ  ବିଶିଷ୍ଟ ପଣ୍ଡିତ ମାନଙ୍କ ଦ୍ୱାରା ମହାଯଜ୍ଞ ଅନୁଷ୍ଠିତ ହେବ । ୨୧ତାରିଖ ମଙ୍ଗଳ ବାର ପୁରୀ ର ଜଗନ୍ନାଥ ସଂସ୍କୃତି ପ୍ରବଚକ ମାନସ କୁମାର ପ୍ରଧାନ ଯୋଗ ଦେବେ  ।  ୨୨ତାରିଖ ବୁଧବାର ସନ୍ଧ୍ୟା ରେ ଗୀତିନାଟ୍ୟ, ୨୩ତାରିଖ ଗୁରୁବାର ସନ୍ଧ୍ୟାରେ ଭଜନ ଓ ନୃତ୍ୟ, ୨୪ତାରିଖ ଶୁକ୍ରବାର କୁନି ପ୍ରବଚକ କେଶବ ଦାସ ଦ୍ୟୁତିକୃଷ୍ଣଙ୍କ ପ୍ରବଚନ ସାଙ୍ଗକୁ  ମାନସୀ ପାତ୍ର ଓ ସାଥି ଙ୍କ ଭଜନ ପରିବେଷଣ କାର୍ୟ୍ୟକ୍ରମ ରହିଛି । ୨୫ତାରିଖ ଶନିବାର ଉଦଯାପନୀ ଓ ଯଜ୍ଞ ର ପୂର୍ଣ୍ଣାହୁତି ଉପଲକ୍ଷେ ଶ୍ରୀଚରଣ ଓ ସାଥି ଙ୍କ ଦ୍ୱାରା ଭଜନ ପରିବେଷଣ ସାଙ୍ଗକୁ  ଗୋଟିପୁଅ ନୃତ୍ୟ ଅନୁଷ୍ଠିତ ହେବ । ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ସମସ୍ତ କର୍ମକର୍ତ୍ତା, ଯୁବବର୍ଗ, ନିକଟସ୍ଥ ଗ୍ରାମର ଗ୍ରାମବାସୀ ସହାୟତା କରୁଛନ୍ତି  ।

Leave a Reply

Your email address will not be published. Required fields are marked *