ନିରାକାରପୁର ଚାଷ ଜମି ନିମନ୍ତେ ସୋଲାର ବାଡ଼ ପାଇଁ ଚାଷୀ ଜମା କଲେ ଦଶ ପ୍ରତିଶତ ଅର୍ଥ

ଗଜ ସୁରକ୍ଷା ଫସଲ ରକ୍ଷା ଯୋଜନା
ନିରାକାରପୁର, ୨୨/୦୨/୨୦୨୪ (ଓଡ଼ିଶା ସମାଚାର)- ହାତୀ, ଗୋରୁଗାଇ, ମାଙ୍କଡ଼ ମାନଙ୍କ ଦାଉରୁ ଫସଲ କୁ ସୁରକ୍ଷା ଦେବା ପାଇଁ, ରାଜ୍ୟ ସରକାରଙ୍କ ବନ ବିଭାଗ ତରଫରୁ ନବେ ପ୍ରତିଶତ ରିହାତିରେ ସୋଲାର ବାଡ ଯୋଗାଇ ଦିଆ ଯାଉଛି । ନିଜ ଅଂଚଳର ଚାଷକୁ ସୁରକ୍ଷିତ କରିବାପାଇଁ ନିରାକାରପୁର ଚାଷୀ କମିଟିର ସଭାପତି ତଥା ପୂର୍ବତନ ସରପଞ୍ଚ ବିପିନ କୁମାର ଜୟସିଂହ ସମସ୍ତ ଚାଷୀ ଭାଇ ମାନଙ୍କୁ ଏକାଠି କରି, ସୋଲାର ବାଡ କରିବା ପାଇଁ ଉତ୍ସାହିତ କରିଥିଲେ । ସମସ୍ତ ଚାଷୀ ମାନେ ଆଗ୍ରହର ସହ ଏହି ପ୍ରସ୍ତାବକୁ ଗ୍ରହଣ କରି ସୋଲାର ବାଡ ପାଇଁ ଖୋର୍ଦ୍ଧା ଡି. ଏଫ. ଓ. ଙ୍କ ନିକଟରେ ଆବେଦନ କରିଥିଲେ ଜ୍ଝା ବର୍ତମାନ ମୁଗ ଫସଲ ହୋଇଥିବାରୁ ସେ ଫସଲକୁ ସୁରକ୍ଷା ଦେବାପାଇଁ ଡି.ଏଫ. ଓ. ମାଡାମ ଚାଷୀମାନଙ୍କ ଦରଖାସ୍ତକୁ ବିଚାରକୁ ନେଇ ଖୁବ ଶୀଘ୍ର ସୋଲାର ବାଡ କରିବା ପାଇଁ ପଦକ୍ଷେପ ନେଇଥିଲେ । ସମୁଦାୟ ଅଞ୍ଚଳର ଏଷ୍ଟିମେଟ କରି, ଦଶ ପ୍ରତିଶତ ଅର୍ଥ ଜମା କରିବା ପାଇଁ ଚାଷୀ ମାନଙ୍କୁ ଚିଠି ମାଧ୍ୟମ ରେ ଜଣାଇଥିଲେ। ସେଇ ଅନୁଯାୟୀ ଆଜି ନିରାକାରପୁର ଚାଷୀ ଭାଇମାନେ ଏକ ଲକ୍ଷ ବାଷଠି ହଜାର ଟଙ୍କା ଡି. ଏଫ. ଓ ଙ୍କ ନିକଟରେ ଜମା କରିଛନ୍ତି । ଏହା ଆମ ଅଂଚଳରେ ସର୍ବ ପ୍ରଥମେ କାର୍ୟକାରୀ ହୋଇଥିବାରୁ, ଅନ୍ୟ ଚାଷୀ ମାନଙ୍କୁ ଏହା ପ୍ରେରଣା ଯୋଗାଇବ ।

Leave a Reply

Your email address will not be published. Required fields are marked *