ଭୁବନ ୧୬/୦୧/୨୦୨୫ (ଓଡ଼ିଶା ସମାଚାର)-ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଛାତ୍ରୀ ମାନେ ସେମାନଙ୍କର କୌଶଳ ପ୍ରଦର୍ଶନ କରିଥିଲେ।
ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଭୂୟାଁ ଙ୍କ ସମେତ ଗୌରାଙ୍ଗ ଚରଣ ମହାରଣା, ପ୍ରଭାତ କୁମାର ଜେନା , ଅନିଲ କୁମାର ଧୀର, ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର ଓ ମୂଖ୍ୟ କିରାଣୀ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରା ପ୍ରତ୍ୟକ୍ଷ ଭାବେ ଅଂଶ ଗ୍ରହଣ କରି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ଶେଷରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ସଂଯୋଜିକା ଅଧ୍ୟାପିକା ଧାନୀ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଜିରାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ରୀ ମାନଙ୍କ ର ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁଶାନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଏହି ଶିବିରରେ ରେ ଆତ୍ମରକ୍ଷା କୌଶଳ ର ଗୁରୁତ୍ଵ ଓ ଆବଶ୍ୟକତା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ବରିଷ୍ଠ ଅଧ୍ୟାପକ ଲକ୍ଷ୍ମୀଧର ମିଶ୍ର, ସୁଧାକର ସାହୁ ବିଜୟ କୁମାର ସାହୁ, ଅନନ୍ତ ନାରାୟଣ ବାରିକ୍ ଓ ଅଧ୍ୟାପିକା ଅଭିପ୍ସା ମିଶ୍ର ଉପସ୍ଥିତ ଥିଲେ । ଦୀର୍ଘ ଆଠ ଦିନ ଧରି ଚାଲିଥିବା ଏହି ଶିବିରରେ ସମୁଦାୟ ୯୯ ଜଣ ପ୍ରଶିକ୍ଷଣ ନେଇଥିଲେ । ମାଷ୍ଟର ଟ୍ରେନର ସାଗରିକା ସାହୁ ପ୍ରଶିକ୍ଷଣ ଦେଇଥିଲେ । ଅତିଥି ଙ୍କ ଦ୍ଵାରା ସାର୍ଟିଫିକେଟ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ର ସଂଯୋଜିକା ମଧୁସ୍ମିତା ସ୍ଵାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।