କଟକ ସଦର,୦୬/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୈ।ଜା ସୂଦର୍ଶନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସୂଦର୍ଶନ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ
ଆଜି (ଗୁରୁବାର ଦିନ) ମିଳିତ ଭାବେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ,
ବିଶିଷ୍ଟ ଦାର୍ଶନିକ, ଫକିରମୋହନ ୟୁନିଭରସିଟି ର ପ୍ରାକ୍ତନ କୁଳପତି ପ୍ରଫେସର ଡ଼ଃ କୁମରଵର ଦାସ, ବିଶିଷ୍ଟ ଜଲିଉଡ୍ ଅଭିନେତା ପିୟୁଶ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭଲ ମଣିଷଟିଏ ହେବାକୁ ହେଲେ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଡିଗ୍ରୀ କଲେଜର ଅଧ୍ୟକ୍ଷ ଗଣେଶ୍ୱର ଦାଶ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଦୁଷ୍ମନ୍ତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।
୪୨ ମୈ।ଜା ସୂଦର୍ଶନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ
