ଲକ୍ଷ୍ମୀପୁର, ୨୨/୧୨/୨୦୨୩ (ଓଡ଼ିଶା ସମାଚାର)-ସ୍ଥାନୀୟ ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ନୂଆ-ଓ ଯୁବ ଓଡିଶା ,ନବୀନ ଓଡିଶା ଆନୁକୂଲ୍ୟରେ ବିଭିନ୍ନ ସଚେତନତା ଧର୍ମୀ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମତଃ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା ।ହାତରେ ପ୍ଲାକାର୍ଡ ଧରି ଡ଼ାକବାଜି ଯନ୍ତ୍ର ଦ୍ଵାରା ଜନସାଧାରଣ କୁ ସଚେତନତା କରାଇଥିଲେ ଅନୁଷ୍ଠାନର ଛାତ୍ର ଛାତ୍ରୀ। ନଗର ପରିକ୍ରମା କରି ହେଲମେଟ ପିନ୍ଧି ଗାଡ଼ି ଚଳାଇବା, ମୋବାଇଲ ବ୍ୟବହାର ନ କରି ଗାଡ଼ି ଚଳାଇବା, ମଦ ନ ପିଇ ଗାଡ଼ି ଚଳାଇବା ଆଦି ଉପରେ ସ୍ଲୋଗାନ ଦେଇ ବ୍ଲକ୍ ସଦର ମହକୁମାର ଜନ ସାଧାରଣଙ୍କୁ ସଚେତନ କରାଇଥିଲେ। ଅଧ୍ୟକ୍ଷ ସୁଧୀର କୁମାର ଜେନା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ନୋଡାଲ ଅଫିସର୍ ଡଃ. ପ୍ରଫୁଲ୍ଲ କୁମାର ମହାରଣା ଓ ସାମାଜିକ ସେବା କାର୍ଯ୍ୟକ୍ରମ ର ଅଧିକାରୀ ଶ୍ରୀଯୁକ୍ତ ଶୁଶାନ୍ତ କୁମାର ପରିଡ଼ା ଆଜିର କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିଥିଲେ ।ଏଥିରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗର ହାତ ବଢ଼ାଇଥିଲେ। ଅପରାହ୍ନରେ ଅନ୍ଧ ବିଶ୍ୱାସ ଏବଂ କୁସଂସ୍କାର ଦୂର ନିମନ୍ତେ ଆଉ ଏକ ସଚେତନତା ଶୋଭାଯାତ୍ରା ନିକଟସ୍ଥ କୁମ୍ଭାର ସାହି ଗ୍ରାମ ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସେହି ଅଞ୍ଚଳର ଜନସାଧାରଣ କୁ ଅନୁଷ୍ଠାନର ଛାତ୍ର ଛାତ୍ରୀ ଅବଗତ କରି ଥିଲେ ଯେ ପ୍ରଚଳିତ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଦ୍ଵାରା ପ୍ରଭାବିତ ନ ହେବାପାଇଁ ।ଏପରି ଅନେକ ସାମାଜିକ କ୍ରିୟାଶୀଳତା କୁ ନେଇ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ବହୁବିଧ କାର୍ଯ୍ୟକ୍ରମ ହେବା ନେଇ କାର୍ଯ୍ୟକର୍ମ ର ଅଧିକାରୀ ଶ୍ରୀଯୁକ୍ତ ଶୁଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି।