ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଜଳମିତ୍ର ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୭/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କଟକ ଜିଲ୍ଲା ପ୍ରତାପନଗରୀସ୍ଥିତ ୱାଲମୀ ର ନିର୍ଦ୍ଦେଶକ ଇଂ ରାଜକିଶୋର ବିଶ୍ୱାଳ ଙ୍କ ତତ୍ତ୍ୱାବଧାନରେ ଜଳମିତ୍ରମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲାରେ ଆୟୋଜନ କରାଯାଉଛି।

          ଆଜି କଳାହାଣ୍ଡି ଜିଲ୍ଲାର ୫ଟି ବ୍ଲକ ଯଥା ନର୍ଲା, ଗୋଲାମୁଣ୍ଡା, ଲାଞ୍ଜିଗଡ଼, ଭବାନୀପାଟଣା ଓ କେସିଙ୍ଗାଠାରେ ବଲାଙ୍ଗିର ଜିଲ୍ଲା ୫ଟି ବ୍ଲକ ଯଥା ବେଲପଡା, ବଙ୍ଗୋମୁଣ୍ଡା, ପାଟଣାଗଡ, ଗୁଡଭେଲା, ସଇଁତଳା ଠାରେ ନୂଆପଡା ଜିଲ୍ଲାର ୪ଟି ବ୍ଲକ ଯଥା ବୋଡେନ, ନୂଆପଡା, ସିନାପଲ୍ଲୀ, କୋମନା ଠାରେ,କେନ୍ଦୁଝର ଜିଲ୍ଲାର ୪ଟି ବ୍ଲକ ଯଥା ପାଟଣା, ଯୋଡା, ହାଟଡିହି, ଘଷିପୁରା ଠାରେ ଓ ସମ୍ବଲପୁର ଜିଲ୍ଲାର ବାମରା ଠାରେ ଜଳମିତ୍ରମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

          ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭୂତଳ ଜଳର ଗୁରୁତ୍ୱ ଏବଂ ଏହାର ପୁନର୍ଭରଣ, ଜଳସେଚନ ପରିଚାଳନା,ଜଳମିତ୍ର ମାନଙ୍କର ଗ୍ରାମସ୍ତରରେ ଭୂମିକା, ଭୂତଳ ଜଳ ନିରୀକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ଆଦି ବିଷୟରେ ତାଲିମ ଦିଆଯାଉଅଛି। ୱାଲମୀ ଦ୍ୱାରାପ୍ରଶିକ୍ଷଣପ୍ରାପ୍ତ ୨୫ରୁ ଊର୍ଦ୍ଧ୍ୱ ତାଲିମଦାତାମାନେ ପଞ୍ଚାୟତ ସମିତି ସଭାଗୃହମାନଙ୍କରେ ବିଡିଓ ଏବଂ ଏପିଓ ମାନଙ୍କ ସହଯୋଗରେ ଏହି ପ୍ରଶିକ୍ଷଣ କାର୍ଯ୍ୟଗୁଡିକ ଆୟୋଜନ କରୁଛନ୍ତି।

          ଶ୍ରୀ ଅରବିନ୍ଦ ଖଟୁଆ, ଶ୍ରୀମତୀ ରୋଜି ତ୍ରିପାଠୀ, ଶ୍ରୀ ପ୍ରଭାତ ଦାସ, ଶ୍ରୀ ଯଦୁମଣି ସେଠୀ, ଶ୍ରୀ ଘନଶ୍ୟାମ ମାଝୀ ଓ ଶ୍ରୀ ରବିନ୍ଦ୍ର ପାଣି ପ୍ରମୁଖ ଜିଲ୍ଲା ସଂଯୋଜକ ଭାବରେ ଦାୟିତ୍ୱନେଇ ପ୍ରଶିକ୍ଷଣଗୁଡିକୁ ସଫଳ କରାଉଛନ୍ତି।ରାଜ୍ୟସ୍ତରରେ ପ୍ରଶିକ୍ଷଣ ଗୁଡିକୁ ସଫଳ କରାଇବାପାଇଁ ୱାଲମୀର ଇଂ ମନିଷା ମନସ୍ୱିନୀ ରାଉତ, ପ୍ରଫେସର (ଯାନ୍ତ୍ରିକ), ଇଂ ଚନ୍ଦ୍ରଶେଖର ସେଠୀ (ଯୁଗ୍ମ ନିର୍ଦ୍ଦେଶକ ) ଇଂ ଇତିଶ୍ରୀ ମିଶ୍ର, ଆସୋସିଏଟ ପ୍ରଫେସର (ଯାନ୍ତ୍ରିକ),ପ୍ରଧାନ ପ୍ରଶିକ୍ଷଣ ସଂଯୋଜକ ପ୍ରଫେସର ସୁଧନ୍ୱା ପାତ୍ର ଉପନିର୍ଦ୍ଦେଶକ ଇଂ ସୁପ୍ରିୟା ସାହୁ ପ୍ରମୁଖ ପରାମର୍ଶ ପ୍ରଦାନ କରୁଛନ୍ତି।

-0-

ସଚ୍ଚିଦାନନ୍ଦ ବେହେରା ,ସୂଚନା ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *