ଜଗତସିଂହପୁର, ୧୫/୦୧/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଜନସେବା ଦିବସ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେଉଁଝର ଠାରୁ ଆଭାସୀ ମାଧ୍ୟମରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଦ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା (୩୫୦୦ ଟଙ୍କା)ବିତରଣ ସମାରୋହରେ ଯୋଗଦାନ କରି ଏହି ସେବାକୁ ଓଡ଼ିଶାବାସୀଙ୍କ ନିମନ୍ତେ ଉତ୍ସାର୍ଗୀକୃତ କରିଥିଲେ। ଏହି ପରିପ୍ରେକ୍ଷୀରେ, ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ,ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ,ମାନ୍ୟବର ବିଧାୟକ,ଜଗତ ସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ,ଜଗତସିଂହପୁର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ କନକ ପ୍ରଭା ଲେଙ୍କା ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ।
ଏହି ଅବସରରେ, ଜିଲ୍ଲାରେ ଥିବା ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ବର୍ଦ୍ଧିତ ଭତ୍ତା ବିତରଣ କରାଯାଇଥିଲା ।
ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ କହିଥିଲେ ଯେ ,ନୂତନ ସରକାରଙ୍କ ପ୍ରକୃତ ସଫଳତା ୭ ମାସ ମଧ୍ୟରେ ପରିଲକ୍ଷିତ ହେଉଛି କାରଣ ଓଡିଶାର ଜନସାଧାରଣଙ୍କ ପ୍ରତ୍ୟେକ ସୁବିଧା ଅସୁବିଧା ବୁଝିବା ପାଇଁ ରାଜ୍ୟସରକାର ଦୃଢ଼ ପ୍ରତିଶୃତିବଦ୍ଧ। ଏହି ବର୍ଦ୍ଧିତ ଭତ୍ତା, ୮୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଜୀବନଶୈଳୀକୁ ଏକ ନୂତନ ଦିଗ ଦେବ। ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଭିନ୍ନକ୍ଷମ ମାନଙ୍କୁ ଭଗବାନ ଙ୍କ ଦିବ୍ୟ ଅଙ୍ଗ ବୋଲି କହିଥିଲେ। ସରକାର ଙ୍କ ଏହି ଯୋଜନା ବୟସ୍କ ତଥା ଏହି ଦିବ୍ୟଙ୍ଗ ଙ୍କ ମୁହଁ ରେ ହସ ଫୁଟାଇବ ବୋଲି ସେ କହିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ବୟସ୍କ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ଏହି ପ୍ରୋତ୍ସାହନ ରାଶି ଏକ ବରଦାନ ବୋଲି କହିଥିଲେ। ସଭାରେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମଧ୍ୟ ଜିଲ୍ଳାର ସମସ୍ତ ବୟୋଜ୍ୟେଷ୍ଠ ଏବଂ ଭିନ୍ନକ୍ଷମ ମାନଙ୍କୁ ଏହି ସହାୟତା ର ସଦୁପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ସଭାରେ ଉପସ୍ଥିତ ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ବ୍ଲକ୍ ଅଧ୍ୟକ୍ଷା ମଧ୍ୟ ଅନୁରୂପ ମତ ବ୍ୟକ୍ତ କରିଥିଲେ।
ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମ ରେ ୬୭ ଜଣଙ୍କୁ ଭତ୍ତା ରାଶି ପ୍ରଦାନ କରଯାଇଥିଲା। ସେଥିମଧ୍ୟରୁ ଜଗତସିଂହପୁର ବ୍ଲକ୍ ରୁ ୩୨ ଓ ପୌର ପରିଷଦ ରୁ ୩୫ ଜଣ ହିତାଧିକାରୀ ଥିଲେ। ସେମାନଙ୍କ ମଧ୍ୟରେ ୫୫ ଜଣ ୮୦ ବର୍ଷ ରୁ ଉର୍ଦ୍ଧ୍ବ ଏବଂ ୧୨ ଜଣ ଭିନ୍ନକ୍ଷମ ରହିଛନ୍ତି।
ପ୍ରକାଶ ଥାଉକି, ଜିଲ୍ଲା ରେ ମୋଟ ୧୯୭୮୬ ଜଣ ହିତାଧୀକାରୀ ଏଥିରେ ଉପକୃତ ହେବେ।
କାର୍ଯ୍ୟକ୍ରମ ସମୟରେ, କେନ୍ଦୁଝରରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବର୍ଦ୍ଧିତ ଭତ୍ତାକୁ ଆଭାସୀ ମାଧ୍ୟମରେ ଜନାଭିମୁଖୀ କରିବା ସହିତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ।
ଜଗତସିଂହପୁର ରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତା ନାୟକ ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ବ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ଜଗତସିଂହପୁର ବ୍ଲକ୍ ଓ ମ୍ୟୁନିସପାଲିଟି ରୁ ଆସିଥିବା ହିତାଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ସହର ର ବୁଦ୍ଧିଜୀବୀ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।