ତୃତୀୟ ଦିବସରେ ୪ବିଧାନସଭା ଓ ଜଣେ ଲୋକସଭା ପାଇଁ ନାମାଙ୍କନପତ୍ର ଦାଖଲ କଲେ

କେନ୍ଦ୍ରାପଡା, ୦୯/୦୫/୨୦୨୪ (ଓଡ଼ିଶା ସମାଚାର)- ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିବସରେ ୫ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଉଛନ୍ତି ୯୬-ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ବିଏସପିର ଚିଦାନନ୍ଦ ପରିଡା, ୯୮-ଆଳି ବିଧାନସଭା କ୍ଷେତ୍ର ପାଇଁ ବିଏସପିର ପ୍ରଶାନ୍ତ କୁମାର ସେଠୀ, ୯୯-ରାଜନଗର ବିଧାନସଭା କ୍ଷେତ୍ର ପାଇଁ ସ୍ୱାଧୀନ ପ୍ରା୍ରର୍ଥୀ ଦିବ୍ୟରଞ୍ଜନ ସ୍ୱାଇଁ, ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ର ପାଇଁ ବିଏସପିର ଅଧୀର ନାଥଶର୍ମା ଓ ୧୫-କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ପାଇଁ ବିଏସପି ପ୍ରାର୍ଥୀ ରଞ୍ଜନ କୁମାର ମଲ୍ଲିକ । ଦ୍ୱିତୀୟ ଦିବସରେ ମାତ୍ର ଜଣେ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିଲେ । ଆଜି ୯୬-ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ସମାଜବାଦୀ ପାର୍ଟିର ପ୍ରଦୀପ୍ତ କୁମାର ମିଶ୍ରଙ୍କ ନାମରେ ମନୋନୟନ ପତ୍ର କିଣାଯାଇଥିବା ବେଳେ ୯୭-କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ପାଇଁ ସ୍ୱାଧୀନ ପ୍ରାର୍ଥୀ ଦିନବନ୍ଧୁ ମଲ୍ଲିକ, ୯୮-ଆଳି ବିଧାନସଭା କ୍ଷେତ୍ର ପାଇଁ ସ୍ୱାଧୀନ ପ୍ରାର୍ଥୀ କ୍ଷିତିଶ୍ରୀ ସାହୁ, ପର୍ଶୁରାମ ଦାସ ଓ ଶ୍ରୀରାମ ପାଣ୍ଡେ, ୯୯-ରାଜନଗର ବିଧାନସଭା କ୍ଷେତ୍ର ପାଇଁ ସ୍ୱାଧୀନ ପ୍ରାର୍ଥୀ ସ୍ନେହଲତା ରାୟ ଓ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁ, ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ର ପାଇଁ ସମାଜବାଦୀ ପାର୍ଟିର ଧିରେନ ଦାସଙ୍କ ନାମରେ ମନୋନୟନ ପତ୍ର କିଣାଯାଇଥିବା ସୂଚନା ଦିଆଯାଇଛି । ସେହିଭଳି ୧୫-କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ପାଇଁ ଏସୟୁସିଆଇ (କମୁ୍ୟନିଷ୍ଟ)ର ସୌଭାଗ୍ୟ କେତନ ସାମଲ, ସ୍ୱାଧୀନ ପ୍ରାର୍ଥୀ ଶ୍ରୀରାମ ପାଣ୍ଡେ ଏବଂ ଭାରତୀୟ ଜାତୀୟ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କ ନାମରେ ମନୋନୟନ ପତ୍ର କିଣାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *