କଟକ ଵେଲଭ୍ୟୁ ଛକରେ ଭାରତରତ୍ନ ଅଟଳ ବିହାରି ବାଜପାୟୀ ଙ୍କ ପୂର୍ଣ୍ଣାବୟବ ଵ୍ରୋଞ୍ଚ ପ୍ରତିମୂର୍ତ୍ତି ଅନାବରଣ

କଟକ ସଦର ,୨୪/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭାରତ ବର୍ଷର ନିର୍ଵିଵାଦୀୟ ତଥା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରି ବାଜପାୟୀ ଙ୍କ ୧୦ କୁଇଣ୍ଟାଲ ଓଜନ ଓ ୧୦ ଫୁଟ ଉଚ୍ଚତାର ଏକ ପୂର୍ଣ୍ଣାବୟବ ଵ୍ରୋଞ୍ଚ ପ୍ରତିମୂର୍ତ୍ତି କୁ କଟକର ତଥା ଓଡ଼ିଶାର ବରିଷ୍ଠ ବିଜେପି ନେତା ସ୍ୱର୍ଗତ ସମୀର ଦେ ଙ୍କ ଇଛାକୁ ସମ୍ମାନ ଜଣାଇ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏଵଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି (ମଙ୍ଗଳବାର) ପୂର୍ବାହ୍ନରେ ଅନାବରଣ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡା ଓ ଯୁଵ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ଲୋକସଭା ସାଂସଦ ଭତୃହରି ମହତାବ, କଟକ ନଗର ବିଜେପି ଜିଲ୍ଲା ସଭାପତି ଲଲାଟେନ୍ଦୁ ଵଡୁ, ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି ଙ୍କ ସମେତ କଟକ ଜିଲ୍ଲାର ସମସ୍ତ ବିଧାୟକଗଣ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *