ଆଧ୍ୟାତ୍ମିକ ଚିନ୍ତନ କେବଳ ମଣିଷ କୁ ଶାନ୍ତି ଦେଇପାରିବ

ଯୋଗ କେନ୍ଦ୍ର ଉନ୍ମୋଚନ ଉତ୍ସବ ରେ ବିଶିଷ୍ଠ ବ୍ୟକ୍ତି ଙ୍କ ମତ ପ୍ରକାଶ
ଭୁବନେଶ୍ୱର, ୦୮/୧୨/୨୦୨୩ (ଓଡ଼ିଶା ସମାଚାର)- ଭୌତିକତା ବାଦ କ୍ରମଶଃ ଜନ ଜୀବନ କୁ କବଳିତ କରିଛି । ଫଳରେ ମଣିଷ ର ଅଭାବ ର ପରିସମାପ୍ତି ଘଟେ ନାହିଁ । ସମାଜ ର ପ୍ରତ୍ୟେକ ସ୍ତରରେ ଅଶାନ୍ତି ବିରାଜ କରିଛି । ଫଳରେ ଆଜିର ଯୁବ ସମାଜ ବିପଥ ଗାମୀ ହେଉଥିବା ପରିଲକ୍ଷିତ ହେଉଛି । ଯେପରି କସ୍ତୁରୀ ମୃଗ ତାର ନାଭିରୁ ଆସୁଥିବା ସୁଗନ୍ଧ କୁ ନିଜେ ଅନୁଭବ କରି ନ ପାରି ତାର ଅନ୍ବେଷଣ ରେ ଚାରିଆଡେ ଘୁରିବୁଲେ , ଠିକ ସେହିପରି ଆଜିର ମଣିଷ ସମାଜ ଅଶାନ୍ତି ମଧ୍ୟରେ ଗତି କରି ମାନସିକ ଓ ରୋଗ ଶୋକ ବ୍ୟାଧି ରେ ପୀଡିତ । ତେଣୁ ଆଧ୍ୟାତ୍ମିକ ଚିନ୍ତନ କେବଳ ମଣିଷ ଙ୍କୁ ଶାନ୍ତି ଦେବା ସହିତ ଦୀର୍ଘ ନିରାମୟ ଓ ସୁସ୍ଥ ଜୀବନ ଦେଇ ପାରିବ ବୋଲି ସ୍ଥାନୀୟ ମଞ୍ଚେଶ୍ୱର ସ୍ଥିତ ରେଲୱେ ହାଇସ୍କୁଲ ଠାରେ ଆୟୋଜିତ ନୂତନ ଯୋଗ କେନ୍ଦ୍ର ଉଦଘାଟନ ଅବସରରେ ବକ୍ତା ମାନେ ମତ ପ୍ରକାଶ କରିଛନ୍ତି । ଆଦିମାତା କଲୋନୀ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ କେନ୍ଦ୍ର ର ୨୯ ତମ ବାର୍ଷିକ ଉତ୍ସବ ରେ ଅତିଥି ଭାବରେ ରାଜଯୋଗିନୀ ବି କେ ଶୁକ୍ଳା , ରାଜଯୋଗୀ ବି କେ ସୁଶାନ୍ତ ଜାତୀୟ ଗଣମାଧ୍ୟମ ସଂଯୋକକ, ବି କେ ଲିନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ,ଜୟଦେବ ବିଧାୟକ ଡ଼. ଅରବିନ୍ଦ ଢାଲି,ଲୋକାୟୁକ୍ତ ଡ. ଦେବବ୍ରତ ଭାଇ, ସୈନିକ ହାଇସ୍କୁଲ ର ଅଧ୍ୟକ୍ଷ କର୍ଣ୍ଣେଲ ଭରତ ଭାଇ,ନାଲକୋ ର ମାନବ ସମ୍ବଳ ର ନିର୍ଦ୍ଦେଶକ ରାଧାଶ୍ୟାମ ମହାପାତ୍ର,ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି,ସ୍ଥାନୀୟ କର୍ପୋରେଟର ଜୟନ୍ତୀ ସାହୁ ପ୍ରମୁଖ ଯୋଗ ଦେଇ ଦୈନନ୍ଦିନ ଜୀବନରେ ଆଧ୍ୟାତ୍ମିକତା ର ପ୍ରୟୋଗ ଏବଂ ରାଜ ଯୋଗ ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ମଞ୍ଚେଶ୍ୱର ସେଣ୍ଟର ର ସଂଚାଳିକା ତଥା ମୁଖ୍ୟ ସଂଚାଳିକା ବି କେ ମଞ୍ଜୁ ସ୍ୱାଗତ ଭାଷଣ, ବି କେ ବିଜୟ ଭାଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉତ୍ସବ ଟିକୁ ବିକେ ମୀରା, ବି କେ ସୁଜାତା, ବିକେ ରଞ୍ଜୁ, ବିକେ ରେଶ୍ମା, ବିକେ ମିନାକ୍ଷୀ ଭଉଣୀ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *