ଫକୀରମୋହନ ସେନାପତିଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ

ସାଲେପୁର,୧୫/୦୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ଜନଚେତନା ଓ କଟକ ଜିଲ୍ଲା ପ୍ରତିଭା ବିକାଶ ମଞ୍ଚ ମିଳିତ ଆନୁକୂଲ୍ୟରେ, ଲକ୍ଷ୍ମୀନୃସିଂହ ମନ୍ଦିରଠାରେ ଫକୀରମୋହନ ସେନାପତିଙ୍କ ୧୮୩ ତମ ଜୟନ୍ତୀ ଓ ମକର ସଂକ୍ରାନ୍ତି ପାଳିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି କବି ଉଦୟ କେଶରୀ ବର୍ମାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହକୁ ସର୍ବଭାରତୀୟ ଶିକ୍ଷା ସମାଜର ସଭାପତି ପ୍ରଫେସର ଯୁଧିଷ୍ଠିର ଖଟୁଆ ଉଦଘାଟନ କରିଥିଲେ । ସାହିତ୍ୟ ଓ ସାଂସ୍କୃତିକ ଜାଗରଣର ସେନାପତି ଫକୀର ମୋହନ ସେନାପତି ଏକାଧାରରେ ଜଣେ କର୍ମଯୋଗୀ, ଚିନ୍ତନାୟକ, ଆଦର୍ଶ ଶିକ୍ଷକ, ସୁସଂଗଠକ, ସମ୍ପାଦକ, ଦକ୍ଷ ପ୍ରଶାସକ, ଓଡ଼ିଆ ଭାଷା ର ରକ୍ଷାକର୍ତା ଥିଲେବୋଲି କହିଥିଲେ । ସାହିତ୍ୟିକ ଇନ୍ଦ୍ରମଣି ଭୂୟାଁ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେଯେ ଫକୀରମୋହନ ଧର୍ୟ୍ୟବାନ ତଥା ସହନଶୀଳ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଯାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୁଦାମ ବାରିକ, ଉମାମଣୀ ମହାପାତ୍ର, ସନାତନ ମହାପାତ୍ର, ଅନୁପମ ରକ୍ଷିତ, ବିଶ୍ୱଜିତ ସିଂହ, ମୁରଲୀଧର ବେହେରା, ଅଭିରାମ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉତ୍ତମ ସାହୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *