ରାଜ୍ୟ କ୍ୟାବିନେଟ ବୈଠକ ଆଜି

ଭୁବନେଶ୍ବର,୨୪/୭/୨୦୨୪ (ଓଡ଼ିଶା ସମାଚାର)- ଆଜି ରାତି ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।  ଆସନ୍ତାକାଲି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ । ତେଣୁ ଏହା ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିପାରେ । ମୋହନ ସରକାରଙ୍କ ଏହା ତୃତୀୟ କ୍ୟାବିନେଟ ବୈଠକ ହେବାକୁ ଯାଉଛି । ରାଜ୍ୟ ବଜେଟ ଆସିବା ପୂର୍ବରୁ ବିଧାନସଭା ଚାଲୁଥିବା ସମୟରେ କ୍ୟାବିନେଟ ବୈଠକ ବସୁଥିବାରୁ ଏହା ବେଶ ଗୁରୁତ୍ବପୂର୍ଣ୍ଣ। କ୍ୟାବିନେଟରେ କଣ ନିଷ୍ପତ୍ତି ହେଲା ସେନେଇ ମୁଖ୍ୟମନ୍ତ୍ରୀ କିମ୍ବା ସଂସଦୀୟ ବ୍ୟାପାର ମନ୍ତ୍ରୀ ଆସନ୍ତାକାଲି ବିଧାନସଭାରେ ବିସ୍ତୃତ ସୂଚନା ଦେବେ।

Leave a Reply

Your email address will not be published. Required fields are marked *