ଭୁବନେଶ୍ବର,୨୪/୭/୨୦୨୪ (ଓଡ଼ିଶା ସମାଚାର)- ଆଜି ରାତି ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ । ତେଣୁ ଏହା ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିପାରେ । ମୋହନ ସରକାରଙ୍କ ଏହା ତୃତୀୟ କ୍ୟାବିନେଟ ବୈଠକ ହେବାକୁ ଯାଉଛି । ରାଜ୍ୟ ବଜେଟ ଆସିବା ପୂର୍ବରୁ ବିଧାନସଭା ଚାଲୁଥିବା ସମୟରେ କ୍ୟାବିନେଟ ବୈଠକ ବସୁଥିବାରୁ ଏହା ବେଶ ଗୁରୁତ୍ବପୂର୍ଣ୍ଣ। କ୍ୟାବିନେଟରେ କଣ ନିଷ୍ପତ୍ତି ହେଲା ସେନେଇ ମୁଖ୍ୟମନ୍ତ୍ରୀ କିମ୍ବା ସଂସଦୀୟ ବ୍ୟାପାର ମନ୍ତ୍ରୀ ଆସନ୍ତାକାଲି ବିଧାନସଭାରେ ବିସ୍ତୃତ ସୂଚନା ଦେବେ।
ରାଜ୍ୟ କ୍ୟାବିନେଟ ବୈଠକ ଆଜି
