ଜଳଖିଆ ଦୋକାନ ଉପରକୁ କାରମାଡିଯିବା ଘଟଣା ରେ ୪ ଗୁରୁତର ଆହତଙ୍କ ମଧ୍ୟରୁ ଜଣେ ମୃତକଙ୍କ ଚକ୍ଷୁଦାନ

ମାହାଙ୍ଗା,୧୩/୦୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଭଦ୍ରେଶ୍ୱର ଥାନା ଓସ୍ତପୁର ନାଳୀଆପଡ଼ିଆ ବଜାର ରେ ଥିବା ଏକ ଜଳଖିଆ ଦୋକାନ ଉପରକୁ ରବିବାର ଏକ ହୋଣ୍ଡା କ୍ରେଟା କାର ଦ୍ରୁତ ଗତିରେ ମାଡି ଯାଇଥିଲା। ଫଳରେ ଜଳଖିଆ ଦୋକାନ ରେ ବସିଥିବା ୪ଜଣ ଙ୍କ ଉପରେ କାର ଟି ମାଡିଯିବାରୁ ସମସ୍ତେ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ୪ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାର ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ ଗୁରୁତର ଆହତ ମାନେ ଚିକିତ୍ସାଧୀନ ଅଛନ୍ତି। ମୃତକ ଜଣକ ଓସ୍ତପୁର ଗ୍ରାମର ପରମାନନ୍ଦ ସାହୁ । ଘଟଣା ସ୍ଥଳରେ ଭଦ୍ରେଶ୍ୱର ଥାନା ପୋଲିସ ପହଁଚି ଦୂର୍ଘଟଣା ଘଙ୍କାଇଥିବା କାର ଟିକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡିଛି । ତେବେ ମୃତକ ପରମାନନ୍ଦ ଙ୍କ ପରିବାର ଲୋକେ ତାଙ୍କର ଚକ୍ଷୁ ଦାନ କରିଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *