ସରକାରୀ ଓକିଲ ବନମାଳୀ ମହାପାତ୍ର ପୋଲିସ କମିଶନର ଦେବିଦତ୍ତ ସିଂହ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର,୦୩/୦୯/୨୦୨୫(ଓଡ଼ିଶା ସମାଚାର)- ଭୁବନେଶ୍ୱରର ସରକାରୀ ଓକିଲ  ବନମାଳୀ ମହାପାତ୍ର ଙ୍କ ଅତିରିକ୍ତ, ପିପି ଭାବରେ କୋର୍ଟରେ  ଭୂମିକା, ଅଟଳ ପ୍ରତିବଦ୍ଧତା, ବୃତ୍ତିଗତତା , ଆଇନଗତ ଦକ୍ଷତା,  ପ୍ରସ୍ତୁତି ଏବଂ ସ୍ପଷ୍ଟ ଉପସ୍ଥାପନା ଚନ୍ଦକା ଥାନା ମାମଲା ନଂ ୨୬୯ ଓ ସହିଦନଗର ଥାନା ମାମଲା ନଂ ୮୭ ର ଅଭିଯୁକ୍ତ ମାନେ  ସଫଳ ଦୋଷୀ ସାବ୍ୟସ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଏହି ଅବସରରେ ପୋଲିସ କମିଶନର ଦେବିଦତ୍ତ ସିଂହ ସରକାରୀ ଓକିଲ ବନମାଳୀ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରି ଶ୍ରୀ ମହାପାତ୍ରଙ୍କୁ ପ୍ରସଂଶା କରିବା ସହିତ  ଆପଣଙ୍କ ପ୍ରୟାସ ପ୍ରକୃତରେ ପ୍ରଶଂସନୀୟ ଯାହା ସାଧାରଣ ଲୋକଙ୍କର ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ଏବଂ କମିଶନରେଟ୍ ପୋଲିସ ପ୍ରତି ବିଶ୍ୱାସକୁ ଦୃଢ଼ କରିଛି। ମୁଁ ଭବିଷ୍ୟତରେ ମଧ୍ୟ ସମାନ ସ୍ତରର ପ୍ରତିବଦ୍ଧତା ଏବଂ ବୃତ୍ତିଗତତା ଆଶା କରୁଛି ବୋଲି ପୋଲିସ କମିଶନର କହିଛନ୍ତି ।

Leave a Reply

Your email address will not be published. Required fields are marked *