ଯାଜପୁର ପୁସ୍ତକ ମେଳାର ସପ୍ତମ ସନ୍ଧ୍ୟା

ଯାଜପୁର, ୨୨/୧୨/୨୦୨୩ (ଓଡ଼ିଶା ସମାଚାର)-ଯାଜପୁର ପୁସ୍ତକ ମେଳାର ସପ୍ତମ ସନ୍ଧ୍ୟାରେ ଉଦ୍ଘାଟକ ଭାବେ ବିଶିଷ୍ଟ ସାରସ୍ୱତ ସାଧକ କବି ସଦାଶିବ ଦାଶ ଯୋଗଦେଇ ତାଙ୍କ ଅଭିଭାଷଣରେ ଯାଜପୁର ପୁସ୍ତକ ମେଳା ଏକ ଆନ୍ଦୋଳନରେ ପରିଣତ ହୋଇଯାଇଛି ବୋଲି କହିଥିଲେ । ବହିକୁ ନପଢ଼ିଲେ ବହିର ଆତ୍ମ ବ୍ୟଥିତ ହୁଏ ବୋଲି ସେ କହିଥିଲେ । ମୁଖ୍ୟ ଅତିଥିଭାବେ ଯାଜପୁର ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ତାଙ୍କ ଅଭିଭାଷଣରେ ପୁସ୍ତକର ବିକଳ୍ପ ନାହିଁ ,ବହି ଠାରୁ ଦୂରେଇ ଗଲେ ମନୁଷ୍ୟ ମୁର୍ଖ ହୋଇଯାଏ । ଅଜ୍ଞାନ ଅନ୍ଧକାରରୁ ଜ୍ଞାନ ଆଡକୁ ବହି ଟାଣି ନିଏ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଡଃ ହରିଶ୍ଚନ୍ଦ୍ର ପଣ୍ଡା ପୁସ୍ତକ ମନୁଷ୍ୟର ପ୍ରକୃତ ବନ୍ଧୁ ଏବଂ ପୁସ୍ତକ ପଢ଼ିଲେ ଦେହ ଓ ମନ ପବିତ୍ର ହୁଏ ବୋଲି କହିଥିଲେ । ସମ୍ମାନନୀୟ ଅତିଥିଭାବେ ଚିରନ୍ତନୀର ସଂପାଦକ ସଂଯୁକ୍ତା ମହାପାତ୍ର, ବିଶିଷ୍ଟ ଓ ବରିଷ୍ଠ ନାଗରିକ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ଅଧ୍ୟାପକ ବିରଂଚିନାରାୟଣ ଦାଶ ତାଙ୍କ ଅଭିଭାଷଣରେ ପୁସ୍ତକ ମେଳାର ଆୟୋଜନ ସମାଜ ପାଇଁ ଏକ ମୁଖ୍ୟ ଆବଶ୍ୟକତା ବୋଲି କହିଥିଲେ । ପ୍ରବନ୍ଧ ପୁସ୍ତକ ଉନ୍ମେଷ ପଥେ ଅନସ୍ୱୟା ମହାପାତ୍ରଙ୍କ ରଚିତ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଅନ୍ୱେଷଣ ଥିଏଟର ଗ୍ରୁପ ଦ୍ୱାରା ନାଟକ ‘ଶେଷ ଇଚ୍ଛା’ ମଂଚସ୍ଥ ହୋଇଥିଲା । ଅପରାହ୍ନରେ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ସଂପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବନବିହାରୀ ମହାପାତ୍ର, ନିତ୍ୟାନନ୍ଦ ଦେଓ, ଅଭିଳାଶ ଦାସ, ଡଃ ଗିରିଶ ବିହାରୀ ମିଶ୍ର, ଅଧ୍ୟକ୍ଷ ଅନୀଲ କୁମାର ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସନ୍ତୋଷ କୁମାର ନନ୍ଦଙ୍କ ସଭାପତିତ୍ୱରେର ଅନୁଷ୍ଠିତ ଏହି ସନ୍ଧ୍ୟାରେ ଅଧ୍ୟକ୍ଷ ଅଶୋକ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ଡଃ କାହ୍ନୁ ଚରଣ ମିଶ୍ର ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଉପସଭାପତି ବିଭୂତିଭୂଷଣ ମହାପାତ୍ର ଧନ୍ୟବାଦ ଦେଇଥିଲେ । ସାଂସ୍କୃତି କାର୍ଯ୍ୟ ପରିଚାଳନା କରିଥିଲେ ସାଂସ୍କୃତିକ ସଂପାଦକ ବୃନ୍ଦାବନ ମିଶ୍ର, ପ୍ରଭାତ ମଲ୍ଲିକ, ମଳୟ ଜେନା, ଡଃ ବିନୋଦ ନାୟକ, ସୁଭ୍ରାଶୁଂ ରାୟ, ସନ୍ତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *