ପ୍ରତ୍ୟେକ ଜୀବନ ମୂଲ୍ୟବାନ, ଯାଜପୁର ଜିଲାକୁ ଦୁର୍ଘଟଣା ଜନିତ ଶୂନ୍ୟ ମୃତୁ୍ୟହାର ବଜାୟ ରଖିବାକୁ ଜିଲାପାଳ ତଥା ଅଧ୍ୟକ୍ଷ, ଜିଲା ସଡକ ସୁରକ୍ଷା କମିଟି, ଯାଜପୁରଙ୍କ ଆହ୍ୱାନ

ଯାଜପୁର,୦୨/୧୨/୨୦୨୩ (ଓଡ଼ିଶା ସମାଚାର)-ସମଗ୍ର ଦେଶରେ ବାର୍ଷିକ ଦୁର୍ଘଟଣାଜନିତ ମୃତୁ୍ୟ ସଂଖ୍ୟା ୧.୫୦ ଲକ୍ଷ ଥିବାବେଳେ ଆମ ରାଜ୍ୟ ଓଡିଶାରେ ବର୍ଷକୁ ୫୦୦୦ ଲୋକଙ୍କର ପ୍ରାଣହାନୀ ଘଟୁଛି ।  ବିଶେଷତଃ ହେଲମେଟ୍ ପରିଧାନ ନ କରି  ଗାଡି ଚଲେଇବା, ମଦ୍ୟପାନ କରି ଗାଡି ଚଲେଇବା, ମୋବାଇଲ ଫୋନ ବ୍ୟବହାର କରି ଗାଡି ଚଲେଇବା, ଧାର୍ଯ୍ୟ ବେଗ ଠାରୁ ଅଧିକ ବେଗରେ ଗାଡି ଚଲେଇବା ଆଦି ଦୁର୍ଘଟଣାର ପ୍ରମୁଖ କାରଣ ଅଟେ । ଏହାଦ୍ୱାରା ଅନେକ ମୂଲ୍ୟବାନ ଜୀବନ ଅକାଳରେ ଝଡିପଡୁଛି ।  ଏହି ମୃତୁ ହାର କିପରି ହ୍ରାସ ପାଇବ ତାହା ସମସ୍ତଙ୍କ ପାଇଁ ଉଦ୍ବେଗର କାରଣ ହୋଇଛି ।  ଏଥିପାଇଁ ସମଗ୍ର ରାଜ୍ୟ ତଥା ଆମ ଯାଜପୁର ଜିଲାରେ ଚଳିତ ମାସ ଡିସେମ୍ୱର ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପି ଦୁର୍ଘଟଣା ଜନିତ ଶୂନ୍ୟ ମୃତୁ୍ୟ ସପ୍ତାହ ପାଳନ କରାଯାଉଅଛି ।  ଏହି ଉପଲକ୍ଷେ ପ୍ରତ୍ୟେକ ଜୀବନ ମୂଲ୍ୟବାନ, ଯାଜପୁର ଜିଲାକୁ ଦୁର୍ଘଟଣା ଜନିତ ଶୂନ୍ୟ ମୃତୁ୍ୟହାର ବଜାୟ ରଖିବାକୁ ଜିଲାପାଳ ତଥା ଅଧ୍ୟକ୍ଷ, ଜିଲା ସଡକ ସୁରକ୍ଷା କମିଟି, ଯାଜପୁର ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର ଆହ୍ୱାନ ଦେଇଛନ୍ତି ।

            ପ୍ରକାଶ ଥାଉ କି, ୨ ଚକିଆ ଗାଡି ଚଲେଇଲା ବେଳେ ହେଲମେଟ୍ ପରିଧାନ ନ କରିଥିଲେ ଟ. ୧୦୦୦/- ଜୋରିମାନା ଓ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯିବ । ମଦ୍ୟପାନ କରି ଗାଡି ଚଲେଇଲେ ଟ. ୧୦,୦୦୦/- ଜୋରିମାନ ଓ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯିବା ସହ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ।  ମୋବାଇଲ ଫୋନ୍ ବ୍ୟବହାର କରି ଗାଡି ଚଲେଇଲେ ଟ. ୫୦୦୦/- ଜେରିମାନା ଏବଂ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନˆ ରଦ୍ଧ କରାଯିବ । ଧାର୍ଯ୍ୟ ବେଗ ଠାରୁ ଅଧିକ ବେଗରେ ଗାଡି ଚଲେଇଲେ ୨୦୦୦ ଟଙ୍କା ଜୋରିମାନା ଓ ୩ ମାସ ପାଇଁ  ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯିବ ।  ଧାର୍ଯ୍ୟ ଓଜନ ଠାରୁ ଅତ୍ୟଧିକ ଜିନିଷ ନେଇ ଗାଡି ଚଲେଇଲେ ଟ. ୨୦,୦୦୦/-  ଏବଂ ଟନ୍ ପିଛା ୨୦୦୦ ଟଙ୍କା ଜୋରିମାନା  ଓ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯିବ ।  ୧୮ ବର୍ଷ ରୁ କମ୍ ବର୍ଷର ପିଲାମାନେ ଗାଡି ଚଲେଇଲେ ଯୁଭେନାଇଲ ନିୟମ ଅନୁଯୟୀ ୨୫ ହଜାର ଟଙ୍କା ଜୋରିମାନା ଓ ଗାଡି ଅଟକ ରଖାଯିବା ସହ ଅଭିଭାବକ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ଭାରି ଓ ହାଲୁକା ଯାନ ଚଲେଇବା ବେଳେ ସିଟ୍ ବେଲ୍ଟ ବ୍ୟବହାର ନ କଲେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ।  ବିନା ଡ୍ରାଇଭିଂ ଲାଇସେନˆରେ ଗାଡି ଚଲେଇଲେ ୫ ହଜାର ଟଙ୍କା, ନୋ ପାର୍କିଂରେ ଗାଡି ପାର୍କିଂ କଲେ ୫୦୦ ଟଙ୍କା ଜୋରିମାନା ଏବଂ ମାଲବାହୀ ଗାଡିରେ କୌଣସି ଯାତ୍ରୀଙ୍କୁ ନେଇ ଯାତ୍ରା କଲେ ୫୦୦୦ ଟଙ୍କା ଜୋରିମାନା ଦେବାର ଦଣ୍ଡ ବିଧାନ ରହିଛି ।

            ଏହି ପରିପ୍ରେକ୍ଷୀରେ ଯାନ ଚଲେଇବା ସମୟରେ ହେଲମେଟ୍ ପରିଧାନ କରିବା, ମଦ୍ୟପାନ ନ କରିବା , ମୋବାଇଲ ପୋଂନ୍ ବ୍ୟବହାର ନ କରିବା, ଧାର୍ଯ୍ୟ ବେଗରେ ଗାଡି ଚଲେଇବା, ୧୮ ବର୍ଷ ରୁ କମ୍ ବୟସର ପିଲାଙ୍କୁ ଗାଡି ଚଲେଇବାକୁ ନ ଦେବା, ସିଟ୍ ବେଲ୍ଟ ବ୍ୟବହାର କରିବା, ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ନ ଚଲେଇବା, ନୋ ପାର୍କିିଂରେ ଗାଡି ପାର୍କିଂ ନ କରିବା ମାଲ ଗାଡିରେ କୌଣସି ଯାତ୍ରୀଙ୍କୁ ନେଇ ଯାତ୍ରା ନ କରି ଉପରୋକ୍ତ ନିୟମ ମାନିବା ସହ ଦଣ୍ଡ ବିଧାନକୁ ଦୃଷ୍ଟିରେ ରଖି ନିଜର ମୂଲ୍ୟବାନ ଜୀବନ ସୁରକ୍ଷିତ ରଖିବା ଏବଂ ଜନ ସାଧାରଣଙ୍କ ଅମୂଲ୍ୟ ଜୀବନକୁ ସୁରକ୍ଷା ଦେଇ ଜିଲାରେ ଦୁର୍ଘଟଣାଜନିତ ଶୂନ୍ୟ ମୃତୁ୍ୟହାର ବଜାୟ ରଖିବାକୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର ଜିଲା ବାସୀଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *