ଚତୁର୍ଥ ଦିବସରେ ୧୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ ।

ଯାଜପୁର, ୧୧/୦୫/୨୦୨୪ (ଓଡ଼ିଶା ସମାଚାର)- ଏକକାଳୀନ ସାଧାରଣ ନିର୍ବାଚନ ଯାଜପୁର ଜିଲା ନାମାଙ୍କନ ପତ୍ର ଦାଖଲ କରିବାର ଚତୁର୍ଥ ଦିବସରେ ୧୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ନିମନ୍ତେ ଅଂଚଳ ଦାସ, ବିନୋଦ କୁମାର ଜେନା, ରବିନ୍ଦ୍ର ନାରାୟଣ ବେହେରା ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ନିକଟରେ ଦାଖଲ କରିଛନ୍ତି । ୪୯-ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କବୀର ଦାସ, ଦେବାଶିଷ ନାୟକ, ଉମେଶ ଚନ୍ଦ୍ର ଜେନା ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଉପ-ଜିଲାପାଳ, ଶ୍ରୀମତୀ ମନୋରମା ଜାଲି ଙ୍କ ନିକଟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୫୦-ବଡଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅଜୟ କୁମାର ସାମଲ, ବର୍ଷା ପ୍ରିୟଦର୍ଶିନୀ, ଅମର କୁମାର ନାୟକ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସର, ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନାଙ୍କ ନିକଟରେ ଦାଖଲ କରିବା ସହ ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଲାଲୁ ପ୍ରସାଦ କଦମ, ସତୀଶ କୁମାର ବିଶ୍ୱାଳ ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଯାଜପୁର ଙ୍କ ନିକଟରେ ମଧ୍ୟ ଦାଖଲ କରିଛନ୍ତି । ୫୨-ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଗୌତମ ରାୟ, ଦେବ ପ୍ରକାଶ ମହାନ୍ତି ଓ ୫୩-କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆକାଶ ଦାସନାୟକ, ସହଦେବ ଜେନା ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସର ଉପ-ଜିଲାପାଳ ଶ୍ରୀ ଅଂଶୁମାନ ଶତପଥୀଙ୍କ ନିକଟରେ ଦାଖଲ କରିଛନ୍ତି । ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରୀତି ରଂଜନ ଘଡାଇ, ପ୍ରଦୀପ ବଳ ସାମନ୍ତ ଓ ରାଖାଲ ପରିଡା ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲାପାଳ, କଳିଙ୍ଗ ନଗର ଶ୍ରୀ ଲେଙ୍କଶ୍ୱର ଅମାତଙ୍କ ନିକଟରେ ଦାଖଲ କରିଛନ୍ତି । ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି ।
ପ୍ରକାଶ ଥାଉ କି, ଗତ ୩ ଦିନରେ ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ, ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ, ୫୦-ବଡଚଣା, ୫୧-ଧର୍ମଶାଳା, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ୧୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ସୁଦ୍ଧା ମୋଟ ୩୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ ।

Leave a Reply

Your email address will not be published. Required fields are marked *