ନବ ନିଯୁକ୍ତ ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

ଜୁନାଗଡ଼ ୧୨/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ଜୁନାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ, ହରିପୁର ରୋଡ଼ କଟକ-୧ଶାଖା ସୌଜନ୍ୟ ରେ ବ୍ଲକ ରେ ନିଯୁକ୍ତି ପାଇଥିବା ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ବ୍ଲକ ସଭାପତି ଶ୍ରୀ ସରୋଜ କୁମାର ପଣ୍ଡା ଙ୍କ ସଭାପତିତ୍ୱ ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବୀରେନ୍ଦ୍ର ବାଗ ଯୋଗଦନ କରିଥିଲେ।ଅନ୍ୟତମ ଅତିଥି ଭାବେ ବ୍ଲକ ଉପସଭାପତି ଶ୍ରୀ ଲଳିତ ମୋହନ ନେଗୀ, ବ୍ଲକ ଉପସଭାନେତ୍ରୀ ଶ୍ରୀମତୀ ସୁନିତା ଆଚାରି,ବରିଷ୍ଠ ଶିକ୍ଷକ ତଥା ଉପଦେଷ୍ଟା ଶ୍ରୀ ସୁନୀଲ କୁମାର ମେହେର,ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିରେଖା ମିଶ୍ର ଓ ଜିଲ୍ଲା କୋର ଗ୍ରୁପ ସଦସ୍ୟ ଶ୍ରୀ ସୁଶାନ୍ତ କୁମାର ପଣ୍ଡା ମଞ୍ଚରେ ମଞ୍ଚ।ସିନ ଥିଲେ।ଜୁନାଗଡ଼ ବ୍ଲକ ରେ ୫୭ ଜଣ ଯୋଜନା ଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦନ କରିଛନ୍ତି।ସେମାନଙ୍କୁ ଆଜି ଅତିଥି ଗଣ ଫୁଲତୋଡା ଦେଇ ସ୍ୱାଗତ ଜଣାଇଥିଲେ।ସଭାରେ ଦିବଙ୍ଗତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଶ୍ରଦ୍ଧଞ୍ଜଳି ଜଣାଇ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ବ୍ଲକ ଉପସଭାପତି ଶ୍ରୀ ଲଳିତ ମୋହନ ନେଗୀ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ।ଜଣ ଜଣ କରି ସମସ୍ତଙ୍କୁ ଅତିଥି ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ।ସୁଶ୍ରୀ ଶିବାନୀ ଭୋଇ, ଶ୍ରୀ ପ୍ରଦ୍ୟୁମ୍ନ ନାଏକ, ଶ୍ରୀ ହିମାଂଶୁ ନାଏକ ନିଜ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ।ଏହାପରେ ବ୍ଲକ ସଭାପତି ଶ୍ରୀ ସରୋଜ ପଣ୍ଡା ବ୍ଲକ ସଂଘ ର ସାଙ୍ଗଠନିକ ଦକ୍ଷତା ଓ ସବୁ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ନାଯ୍ୟ ଦାବି ପ୍ରତି ଜିଲ୍ଲା ସଂଗଠନ ଓ ବ୍ଲକ ସଂଗଠନ ସର୍ବଦା ଚେଷ୍ଟିତ ଅଛି ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ବାଗ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରାସନ ର ଐତିହାସିକ ପୃଷ୍ଠଭୂମି ଓ ସାଙ୍ଗଠନିକ ସମ୍ପର୍କରେ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଅବଗତ କରାଇଥିଲେ। ଅନ୍ୟତମ ଅତିଥି ଶ୍ରୀ କୈଳାଶ ମେହେର, ବରିଷ୍ଠ ଅଧ୍ୟାପକ, ପ୍ରିୟ ଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ କର୍ତ୍ତବ୍ୟ ପରାୟଣ ଓ ସମାୟାନୁବର୍ତୀ ହେବା ପାଇଁ ପରାମର୍ଶ ଦେଇଥିଲେ। ବ୍ଲକ ର ସମସ୍ତ ବର୍ଗର ର ନେତୃମଣ୍ଡଳୀ କାର୍ୟ୍ୟକ୍ରମ କୁ ସହଯୋଗ କରିଥିଲେ।ଶ୍ରୀ ସୌମ୍ୟ ରଂଜନ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଶ୍ରୀ କାଳୁଚରଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *