ଜଗତସିଂହପୁର ୦୩/୧୦/୨୦୨୬(ଓଡ଼ିଶା ସମାଚାର)- ନାଉଗାଁ ବ୍ଲକ ଅନ୍ତର୍ଗତ ଆଶ୍ରା ଜରା ନିବାସ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ଦୌରା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକ, ପରିବାର ଅଦାଲତ ଜଜ୍ ରଶ୍ମିତା ଦଳେଇ, ଅତିରିକ୍ତ ଜିଲ୍ଲା ଜଜ୍ ବିଭୁ ପ୍ରସାଦ ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ (ପୋକ୍ସୋ) ଗାର୍ଗୀ ପଟ୍ଟନାୟକ, ସିଜେଏମ୍ ନରୋତ୍ତମ ସେଠୀ, ମହିଳା କୋର୍ଟ ଜଜ୍ ପ୍ରଜ୍ଞା ପାରମିତା ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା, ଦେୱାନୀ ଅଦାଲତ ନିବନ୍ଧକ ବିଶ୍ୱ କଳ୍ପିତା ମହାନ୍ତି, ଜେଏମ୍ଏଫସି ଅଙ୍କିତ ଦେୱାଙ୍ଗନ ଓ ଜେଏମ୍ଏସସି ଶ୍ରୀୟଙ୍କା ଦାଶ ପ୍ରମୁଖ ଯୋଗ ଦେଇଥିଲେ ।
ଜିଲ୍ଲା ଜଜ୍ ଶ୍ରୀ ନାୟକ ଜରା ନିବାସର ଅନ୍ତେବାସୀଙ୍କ ସୁବିଧା ଅସୁବିଧା ବୁଝିବା ସହିତ ବିଭିନ୍ନ ଅସୁବିଧାର ସମାଧାନ ନିମନ୍ତେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ପରିଚାଳନା କରିଥିଲେ ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
