ସାମ୍ବାଦିକ ତପନ ସ୍ୱାଇଁ ଙ୍କ ଶେଷକୃତ୍ୟ ସମ୍ପନ୍ନ

ରଘୁନାଥପୁର, ୨୧/୧୍ନ୨୦୨୩ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ବରିଷ୍ଠ ସାମ୍ବାଦିକ ଅନିମେଶ ସ୍ୱାଇଁ (ତପନ) (୫୫)ଙ୍କ ହୃଦ୍ଘାତରେ ପରଲୋକ ଘଟିବା ପରେ ରଘୁନାଥପୁର ଅଂଚଳରେ ଶେକାର ଛାୟା ଖେଳିଯାଇଛି । ସାମ୍ବାଦିକ ସ୍ୱର୍ଗତ ସ୍ୱାଇଁ ଜଣେ ସରଳ, ପରୋପକାରୀ, ନିଷ୍ଠାପର ଭାବେ ସାମ୍ବାଦିକତାକୁ ବ୍ରତ କରି ନିରପେକ୍ଷ ଭାବେ ଦୀର୍ଘ ଦିନ ଧରି ସମ୍ବାଦ ଖବର କାଗଜର ରଘୁନାଥପୁର ବ୍ଲକ ପ୍ରତିନିଧି ଭାବେ ନିଷ୍ଠାର ସହ କାର୍ଯ୍ୟ କରି ଆସୁଥିଲେ । ଗତ କାଲି ରାତିରେ ତପନ ନିଜ ବାସଭବନ ଉତରକୂଳେ ଥିଲା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ଘଟଣା ସମ୍ପର୍କରେ ରଘୁନାଥପୁର ମେଡିକାଲ ପକ୍ଷରୁ ଡାକ୍ତର ପ୍ରଥମେ ରଘୁନାଥପୁର ଥାନାକୁ ଜଣାଇଥିଲେ । ରଘୁନାଥପୁର ଥାନା ଆଇଆଇସି ସୁଶାନ୍ତ କୁମାର ସେଠୀ ମେଡିକାଲରେ ପହଂଚି ସ୍ୱର୍ଗତ ତପନଙ୍କ ଘର କଟକ ଜିଲା କିଶନନଗର ଥାନା ଉତରକୂଳ ଗ୍ରାମପଂଚାୟତର ମୁଗୁରିଆ ଗ୍ରାମରେ ହୋଇଥିବାରୁ କିଶନନଗର ପୋଲିସକୁ ଘଟଣା ସମ୍ପର୍କରେ ରଘୁନାଥପୁର ଥାନା ଅଧିକାରୀ ଜଣାଇଥିଲେ । ଖବରପାଇ କିଶନନଗର ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ମେଡିକାଲକୁ ପଠାଇଥିଲେ । ରଘୁନାଥପୁର ବ୍ଲକର ସମସ୍ତ ସାମ୍ବାଦିକ ମାନେ ମେଡିକାଲରେ ପହଂଚି ସ୍ୱର୍ଗତ ସ୍ୱାଇଁଙ୍କୁ ଶେଷ ଦର୍ଶନ କରିବା ସହିତ ଗଭୀର ଶୋକ ପ୍ରକାଶ କରିଛନ୍ତି । ମର ଶରୀର ବାସଭବନରେ ପହଂଚିଲା ପରେ ଆତ୍ମୀୟ, ବନ୍ଧୁବାନ୍ଧବ, ପରିବାର ଲୋକଙ୍କ ମଧ୍ୟରେ ଶୋକର ବାତାବରଣ ସୃଷ୍ଟି ହୋଇଥିଲା । ଖବରପାଇ ସ୍ୱର୍ଗତ ତପନଙ୍କ ବାସଭବନରେ ମୁଗୁରିଆ ଗ୍ରାମରେ ଉତରକୂଳ ସରପଂଚ ସୁଭାସିନୀ ବେହେରା, ତଅଁରା ସରପଂଚ ବଟକୃଷ୍ଣ ନାୟକ, ତାରପୁର ପୂର୍ବତନ ସରପଂଚ ପ୍ରତାପ ରାଉତ, ରଘୁନାଥପୁର ପ୍ରେସ୍ କ୍ଲବ ସଭାପତି ବିଜୟ କୁମାର ସ୍ୱାଇଁ, ଓଡ଼ିଶା ସମାଚାର ର ଏଡ଼ିଟର ଦିପ୍ତୀ ରଂଜନ କାନୁନଗୋ, ବରିଷ୍ଠ ସାମ୍ବାଦିକ ସାଜିଦ ଅଲ୍ଲୀ, ବିଭୂତି ଭୂଷଣ ମଲ୍ଲ, ସୁବାସ ଚନ୍ଦ୍ର ସିଂହ, ବାବୁଜଙ୍ଗ ସମିତିସଭ୍ୟ ଅଭୟ କୁମାର ଲେଙ୍କା, ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବି ମନୋଜ କୁମାର ସାହୁ, ରାଜେଶ କୁମାର ମହାନ୍ତି, ମାନସ ଦାସ, ଅନ୍ତଯ୍ୟାମୀ ସାସମଲ, ରମାକାଲ ମଲ୍ଲ, ବିକ୍ରମ ପୁହାଣ, ଦେବେନ୍ଦ୍ର ବରାଳ, ପେପର ଏଜେଂଟ ଟୁଲନ ଦାଶ, ଗଗନ ଦାଶ, ଦିଲ୍ଲିପ ଗୋଚ୍ଛାୟତ, ଅଧ୍ୟାପକ ଅକ୍ଷୟ ସାହୁ ପହଂଚି ଶବାଧାରରେ ପୁଷ୍ପମାଲ୍ୟ ଦେଇ ଶେଷଦର୍ଶନ କରିଥିଲେ । ସ୍ୱର୍ଗତ ତପନଙ୍କ ଦାଦା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କେଦାରନାଥ ସ୍ୱାଇଁ, ବଡଭାଇ ଆଶୁତୋଷ ସ୍ୱାଇଁ, ଅମ୍ବିରିଶ ସ୍ୱାଇଁ, ସାନଭାଇ ଆଶିଷ ସ୍ୱାଇଁ, ପୁତୁରା ଅଭିଷେକ ସ୍ୱାଇଁ ସମେତ ଆତ୍ମୀୟ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ । ସ୍ୱର୍ଗତ ସ୍ୱାଇଁଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ମହାନଦୀର ମାହାଳହାଟ ନିକଟରେ ଶବ ସଂସ୍କାର କରାଯାଇଥିଲା । ତାଙ୍କର ପୁତୁରା ଆୟୁଷ ସ୍ୱାଇଁ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *