ବିଜେଡ଼ି ନେତା ବିଳାସ ମଲ୍ଲିକ ଙ୍କ ମାତୃ ବିୟୋଗ,ଶୋକର ଛାୟା

କଟକ ସଦର,୧୨/୦୧/୨୦୨୫(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦରର ଜଣାଶୁଣା ବିଜେଡ଼ି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକଙ୍କ ମାତା ଲୋଭା ମଲ୍ଲିକ (୭୭) ଙ୍କର ଆଜି ରବିବାର ସକାଳେ କଟକ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଵସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସିଏ ଜଣେ ପରୋପକାରୀ ଓ ଧର୍ମପରାୟଣା ମହିଳା ହୋଇଥିବାରୁ ତାଙ୍କ ମୃତ୍ୟୁ ଖଵର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ପୂର୍ବତନ ବରିଷ୍ଠ ମନ୍ତ୍ରୀ ପ୍ରତାପ ଜେନା, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା,ସଦର ଛାତ୍ର ବିଜେଡ଼ି ସଭାପତି ସତ୍ୟସିଦ୍ଧାନ୍ତ ଦାଶ ଙ୍କ ସମେତ ବହୁ ନେତୃମଣ୍ଡଳୀ ଶୋକ ପ୍ରକାଶ କରିଛନ୍ତି।ତାଙ୍କ ମରଶରୀରକୁ ନିଜ ଗ୍ରାମ କିଶନନଗର କୁ ନିଆଯିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି।ବଡ଼ ପୁଅ କୈଳାସ ମଲ୍ଲିକ ମୁଖାଗ୍ନୀ ଦେଇଥିବା ବେଳେ ମଝିଆଁ ପୁଅ ରମେଶ ମଲ୍ଲିକ ଓ ସାନ ପୁଅ ବିଳାସ ମଲ୍ଲିକ ଙ୍କ ସମେତ ବହୁ ଜ୍ଞାତି ପରିଜନ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *