କିଶନନଗର ଥାନାରେ ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ବାର୍ଷିକ ଜନ୍ମୋତ୍ସବ ମହାସମାରୋହରେ ପାଳିତ 

କଟକ ସଦର,୧୨/୦୧/୨୦୨୫ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନାରେ ଆଜି (ରବିବାର ଦିନ) ପ୍ରତିବର୍ଷ ପରି ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ବାର୍ଷିକ ଜନ୍ମ ମହୋତ୍ସବ ମହାସମାରୋହରେ ତଥା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି । ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରାରେ ମହାନନଦୀରୁ ଜଳ ଅଣାଯାଇ ଯଥାବିଧି ପୂଜା କାର୍ଯ୍ୟକ୍ରମ କରାଯାଇଥିଲା । ସଂଧ୍ୟାରେ ଭଜନ ସମାରୋହ ସହିତ ପ୍ରସାଦ ସେବନ ର ଵ୍ୟଵ୍ୟସ୍ଥା ହୋଇଥିବା ଜଣାପଡିଛି । କାର୍ଯ୍ୟକ୍ରମ ପରିଚାଳନାରେ ତ୍ରିନାଥ ମନ୍ଦିର ପରିଚାଳନା କମିଟିର କମଳା କାନ୍ତ ନାୟକ, ତ୍ରୈଲୋକ୍ୟ ନାଥ ଗୁଇଁ, ଦିଲ୍ଲିପ ମହାନ୍ତି, ଵୁଵୁ ମହାନ୍ତି, ଅମୂଲ୍ୟ ସାହୁ, ତ୍ରିନାଥ ବେହେରାଙ୍କ ସମେତ ଥାନା ର ଏସ୍ ଆଇ ଲକ୍ଷ୍ମୀଧର ବେହେରା, ଏସ୍ ଆଇ ସସ୍ମିତା ପରିଡ଼ା,ଏଏସଆଇ ନିରଞ୍ଜନ ବେହେରା,ଏଏସଆଇ ଶୁଭ୍ରକାନ୍ତ ଭୋଇ, ହାବିଲଦାର ଅଶୋକ ବେହେରା, ମାହାଳହାଟ ଫାଣ୍ଡି ଅଧିକାରୀ ଅଜୟ ମହାନ୍ତି, କଲରାଵାଙ୍କ ଫାଣ୍ଡି ଅଧିକାରୀ ନରେନ୍ଦ୍ର ସାହୁ ପ୍ରମୁଖ ସମସ୍ତ କର୍ମଚାରୀ ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *