ଭୁବନେଶ୍ୱର, ୩୦/୦୮/୨୦୨୫ (ଓଡ଼ିଶା ସମାଚାର)- ଉଇନର ଆସୋସିଏସନ ସହିଦନଗରର ଚଳିତ ବର୍ଷ ଗଣେଶ ପୂଜା ଅବସରରେ ୪୬ ଫୁଟ ଉଚତାର ଗଣେଶ ମୂର୍ତ୍ତି କରାଯାଇ ପୂଜା କରାଯାଇଛି । ଏହି କ୍ଲବ ଭୁବନେଶ୍ୱର ତଥା ଓଡିଶାର ଏକ ପ୍ରମୁଖ ଅନୁଷ୍ଠାନ । ଆମ ଗୌରବ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରଭୁ ଗଣେଶଙ୍କ ଆଳତି କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ମାନ୍ୟବର ଲୋକ ସଭ୍ୟା ସଦସ୍ୟ ଶ୍ରୀପ୍ରଦୀପ ପାଣିଗ୍ରାହୀ ଓ ମଧ୍ୟ ନିର୍ବାଚନ ଅଂଚଳର ବିଜେପିର ପ୍ରମୁଖ ଶ୍ରୀଜଗନ୍ନାଥ ପ୍ରଧାନ ଉଇନର ଅନୁଷ୍ଠାନ ସହିଦନଗରରେ ପ୍ରଭୁ ଗଣେଶଙ୍କ ଦର୍ଶନ କରିଥିଲେ ।

ଏହି ଅବସରରେ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ର ସମ୍ପାଦକ ସନ୍ତୋଷ ରାଓ, ଉପଦେଷ୍ଟା ଡ଼ ନାରାୟଣ ମହାପାତ୍ର ବିଜୟ ପଣ୍ଡା ସାଂସ୍କୃତିକ ସମ୍ପାଦକ ନିରୋଜ ସାହୁ ଆଲୋକ ପୃଷ୍ଟି ଗୋଲଡି ଦିବେଦୀ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରି ଥିଲେ । ଆଜିର ସନ୍ଧ୍ୟାରେ ଅତି ଭଲ ପାଗ ଦେଇଥିଲା । ବହୁ ସଂଖ୍ୟାରେ ଭକ୍ତ ମାନେ ପ୍ରଭୁ ଗଣେଶଙ୍କ ଏହି ପୂଜାରେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ବହୁତ ଜଣସମାଗମ ହୋଇଥିଲା । ସମସ୍ତେ ଶୁଖିଲା ପ୍ରସାଦ ଖାଇବା ସହ ବହୁତ ଭକ୍ତ ଅର୍ନ ପ୍ରସାଦ ଗ୍ରହଣ କରିଥିଲେ । କ୍ଲବ ପରିସରରେ ମିନା ବଜ଼ାର ଓ ଚଟପଟି ଖାଦ୍ୟ ର ଦୋକାନ ରେ ବହୁତ ଲୋକର ଭିଡ଼ ଦେଖିବାକୁ ମିଳିଥିଲା । ଉଇନର ଆସୋସିଏସନ ଓଡିଶାରେ ପ୍ରଥମେ ବଡ଼ ଗଣେଶ ପୂଜା ଆରମ୍ଭ କରି ଥିଲା । ଏହାର ମୁଖ୍ୟ ଉଦେଶ୍ୟ ତୋରଣରେ ମନ ନ ଦେଇ ମୂର୍ତ୍ତି ଓ ପୂଜାରେ ଭଲ ଭାବେ ଧ୍ୟାନ ଦେବା ଅଟେ ।
