ଭୁବନେଶ୍ୱର,୧୧/୦୮/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବ୍ୟାପୀ ଆୟୋଜିତ ହେବ ସ୍ୱାଧୀନତା ଦିବସ ସମାରୋହ। ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ। ଏନେଇ ସରକାରଙ୍କ ପକ୍ଷରୁ ଜିଲ୍ଲାୱାରୀ କାର୍ଯ୍ୟକ୍ରମ ଓ ଦାୟିତ୍ୱ ବଣ୍ଟନ କରାଯାଇଛି।
ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ମନ୍ତ୍ରୀମାନେ ଯୋଗଦେଇ ପତାକା ଉତ୍ତୋଳନ କରିବେ। କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ସୁନ୍ଦରଗଡ଼ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ। ସେହିପରି କଟକରେ ସୁରେଶ ପୂଜାରୀ, ଅନୁଗୁଳରେ ରବି ନାରାୟଣ ନାଏକ, ମାଲକାନଗିରିରେ ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁରରେ କୃଷ୍ଣଚନ୍ଦ୍ର ପାତ୍ର, ଗଞ୍ଜାମରେ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାୟଗଡ଼ାରେ ମୁକେଶ ମହାଲିଙ୍ଗ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ।
ଏହାସହ କନ୍ଧମାଳରେ ବିଭୂତି ଜେନା, ଖୋର୍ଦ୍ଧାରେ କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀରେ ଗଣେଶ ରାମସିଂହ ଖୁଣ୍ଟିଆ ଏବଂ ବଲାଙ୍ଗୀରରେ ସୂର୍ଯ୍ୟବଂଶୀ ସୂରଜ ପତାକା ଉତ୍ତୋଳନ କରିବେ। ମନ୍ତ୍ରୀ ପ୍ରଦୀପ କୁମାର ବଳସାମନ୍ତ ବାଲେଶ୍ୱର, ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଗଜପତି, ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କୋରାପୁଟ ରେ ପତାକା ଉତ୍ତୋଳନ କରିବେ।
ଜଗତସିଂହପୁରରେ ଉପକୂଳ ଆର୍ଡିସି, ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆର୍ଡିସି, ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା ଓ ସୋନପୁରରେ ସ୍ଥାନୀୟ ଜିଲାପାଳମାନେ ପତାକା ଉତ୍ତୋଳନ କରିବେ। ରାଉରକେଲାରେ ଏଡିଏମ୍ ପତାକା ଉତ୍ତୋଳନ କରିବେ।
