ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀଉଦଯାପିତ

ପ୍ରଦର୍ଶନୀ ପ୍ରକୃତିକୁ ଭଲପାଇବା ଓ ସଂରକ୍ଷଣକରିବାରେ ପ୍ରେରଣା ଯୋଗାଇବ : ଜଙ୍ଗଲମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ

ଭୁବନେଶ୍ୱର, ୧୧/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର ଓ ପ୍ଲାଣ୍ଟଲଭର୍ସ ଆସୋସିଏସନର ମିଳିତ ସହଯୋଗରେ ଏକାମ୍ରକାନନଠାରେ ଆୟୋଜିତ ବାର୍ଷିକ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀର ଉଦଯାପନୀ ଦିବସରେ ଆଜି ଅପରାହ୍ନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଲେ ଯେ ଏହି ପୁଷ୍ପ ପ୍ରଦର୍ଶନୀ ଆମକୁ ପ୍ରକୃତିକୁ ଭଲପାଇବା ଓ ସଂରକ୍ଷଣକରିବାରେ ପ୍ରେରଣା ଯୋଗାଇବ।

ଫୁଲ ମାନବ ସମାଜ ପାଇଁପ୍ରକୃତିର ଏକ ଅଦ୍ଭୁତ ସୌନ୍ଦର୍ଯ୍ୟମୟ  ଅବଦାନ।ଆମର ଦୈନଦିନଜୀବନରେ ଫୁଲରଏକ ଗୁରୁତ୍ଵପୂର୍ଣ ଭୂମିକା ରହିଛି ।   ଦେବପୂଜାରେ ଫୁଲର ବ୍ୟବହାର କେଉଁ ଆବହମାନ କାଳରୁ ହୋଇଆସୁଛି। ମଣିଷର ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟରେ ଫୁଲ ଏକ ମୁଖ୍ୟ ସାମଗ୍ରୀରୂପେ ବ୍ୟବହୃତ ହୋଇଥାଏ । ଫୁଲ ଏକ ସୌନ୍ଦର୍ଯ୍ୟଓ ଉପଭୋଗ୍ୟ ବସ୍ତୁ ନହୋଇ ଏହା ଆମର ଜୀବନ ଜୀବିକାର ମାଧ୍ୟମ ହୋଇପାରିଛି। ଗତ ପାଞ୍ଚ ଦିନ ଧରି ସମସ୍ତେ ଏଠାରେପ୍ରକୃତିର ଅଦ୍ଭୁତ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି। ଏଠାରେପ୍ରଦର୍ଶିତ ବିଭିନ୍ନ ରଙ୍ଗର ପୁଷ୍ପ ଗୁଡିକର ବର୍ଣ୍ଣାଳି, ମନୋହର ସୁଗନ୍ଧ ପୁଷ୍ପ ବିନ୍ୟାସ ଏବଂ ବିଭିନ୍ନ ପ୍ରଜାତିର ବୃକ୍ଷଲତା ସମସ୍ତଙ୍କୁ  ଅଭିଭୂତ କରିଛି।ଏହି ପ୍ରଦର୍ଶନୀ କେବଳ ପୁଷ୍ପ, ବୃକ୍ଷଓଲତାଗୁଡ଼ିକର ପ୍ରଦର୍ଶନ ନୁହେଁବରଂଆମ ପ୍ରକୃତି, ପରିବେଶ ଏବଂଜୈବ ବିବିଧତା ପ୍ରତି ସମ୍ମାନ ପ୍ରଦର୍ଶନ  ଏବଂଏଗୁଡ଼ିକର ସଂରକ୍ଷଣଆମର ଦାୟିତ୍ୱଏବଂକର୍ତ୍ତବ୍ୟ ସମ୍ପାଦନ ପାଇଁ ପ୍ରେରଣା ଯୋଗାଏ ।ଏହି ପ୍ରଦର୍ଶନୀ ପ୍ରେରଣା ଦେଉଛି ଯେ, ପ୍ରକୃତିକୁ ଜାଣିବା, ପ୍ରକୃତିରୁ ଲାଭାନ୍ଵିତ ହେବା ଏବଂ ଉତ୍ତର ପିଢ଼ିର ଆବଶ୍ୟକତା ପାଇଁ ପ୍ରକୃତିକୁକିପରିସଂରକ୍ଷଣକରିପାରିବା।ଏହି ପ୍ରଦର୍ଶନୀ ଆମକୁ ଏବଂ ଆମର ଆଗାମୀ ପିଢ଼ିକୁ ବିଭିନ୍ନ ପ୍ରକାର ସ୍ୱଦେଶୀ ଫୁଲ ସହ ବିଦେଶୀ ଫୁଲ ଯଥା – ଲିଲିୟମ, ଗ୍ଲାଡିଓଲି, ଆନ୍ଥୁରୀୟମ, ସାଲଭିଆ, ଆଣ୍ଟିରିନିଅମଏବଂବିଭିନ୍ନ କିସମର ପତ୍ର ଗଛଯଥା ଫର୍ଣ, ଆଗ୍ଲୋନିମା, ପାମ୍‌, ଡାଇଫେନବେକିଆ, ଫିଲୋଡେଣ୍ଡ୍ରନ ଇତ୍ୟାଦିକୁ ପରିଚିତ କରାଇଛି।ଏହି ପ୍ରଦର୍ଶନୀ ଫୁଲ ଏବଂ ଆଳଙ୍କରିକ ବୃକ୍ଷଲତା ଚାଷକରି କିପରି ଆମେ ଜୀବନ ଜୀବିକା ନିର୍ବାହ କରିପାରିବାସମ୍ବନ୍ଧରେ ଦିଗଦର୍ଶନ କରାଉଛି  ।

ଏହି ପ୍ରଦର୍ଶନୀରେ ବଗିଚା ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁପୁରସ୍କୃତ କରିବା ସହ,ଭାଗନେଇଥିବାସମସ୍ତ ସରକାରୀ ତଥା ବେସରକାରୀଅନୁଷ୍ଠାନ,ଦେଶର ବିଭିନ୍ନ କୋଣରୁ ଆସିଥିବା ନର୍ସରୀ ଓ ବଗିଚା ଉପକରଣ ବ୍ୟବସାୟୀ, ପୁଷ୍ପପ୍ରେମୀଜନସାଧାରଣଙ୍କୁ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆଅଭିନନ୍ଦନ ଜଣାଇଥିଲେ ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଦୀର୍ଘ ୪୦ ବର୍ଷ ପୂର୍ବେ ୧୯୮୫ ମସିହାରେ ପ୍ରତିଷ୍ଠା ହୋଇଥିବା ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର, ଏକାମ୍ର କାନନ  ଆଜି ଉଦ୍ଭିଦ ଗବେଷଣା କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ  ଅନୁଷ୍ଠାନ ।ଏହା କେବଳ ମନୋରଞ୍ଜନ ପାଇଁ ଉଦ୍ଧିଷ୍ଟ ଏକ ପାର୍କ ନୁହଁ,ଏଠାରେ ଥିବା ଅତ୍ୟାଧୁନିକ ଟିସୁ କଲଚର ଲାବୋରେଟରୀ ଦେଶରେ ପ୍ରସିଦ୍ଧ । କଦଳୀ,ଅର୍କିଡ ଓ ଫୁଲ ଗଛର ବହୁଳ ବଂଶବିସ୍ତାର ଜୈବପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ବା ଟିସୁ କଲଚର ଦ୍ଵାରା କରାଯାଇଛି। ବିଭିନ୍ନ କିସମ ପୁଷ୍ପର ସମାରୋହରେ ଆଜି ଏକାମ୍ରକାନନ ସତେ ଯେମିତି କେଉଁ ଏକ ଶିଳ୍ପୀର ତୂଳୀରେ ଚିତ୍ରିତ ଚାଦର ଘୋଡ଼ାଇ ଶୋଇଯାଇଥିବା ଧରଣୀ ରାଣୀର ଭ୍ରମ ସୃଷ୍ଟି କରୁଛି । ବିମୁଗ୍ଧ ଦର୍ଶନାର୍ଥୀଙ୍କ ମଧ୍ୟରୁ କିଏ ଫୁଲର ସମ୍ଭାରକୁ ଅପଲକ ନୟନରେ ଚାହିଁ ରହିଛିତ କିଏ କ୍ୟାମେରା ଲେନ୍‌ସରେ ବାନ୍ଧି ରଖିବାକୁ ଚେଷ୍ଟା କରୁଛି।ବଗିଚା ପ୍ରତିଯୋଗିତାରେ ୧୦୪ ବ୍ୟକ୍ତି/ ଅନୁଷ୍ଠାନ ଭାଗ ନେଇଥିବାବେଳେ ୮୨ ବ୍ୟକ୍ତି/ଅନୁଷ୍ଠାନ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ,  ଚିତ୍ରାଙ୍କନ ପ୍ରତିଯୋଗିତାରେ ୮୪୦ ପ୍ରତିଯୋଗୀଙ୍କ ମଧ୍ୟରୁ ଅତି ସୁନ୍ଦର ଚିତ୍ରାଙ୍କନ ପାଇଁ ୩୭ ଜଣ ଛାତ୍ରଛାତ୍ରୀଙ୍କୁ ସେ ପୁରସ୍କାର ପ୍ରଦାନ କରିଥିଲେ। ରାଜଭବନ, ରାଜ୍ୟ ବଟାନିକାଲ ଉଦ୍ୟାନ, ନାଲ୍‌କୋ, ଓଡ଼ିଶା ଖଣି ନିଗମ, ରାଉରକେଲା ଇସ୍ପାତ ନିଗମ, ରାଜ୍ୟ ଉଦ୍ୟାନ ବିଭାଗ, କିଟ୍‌ ବିଶ୍ୱବିଦ୍ୟାଳୟ, ଜାଭୀୟର ବିଶ୍ୱବିଦ୍ୟାଳୟ, ସି ଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ, ଟ୍ରାଇଡେଣ୍ଟ ଏକାଡେମୀ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ସାଇ ଇଣ୍ଟନ୍ୟାସନାଲ ସ୍କୁଲ, କଳିଙ୍ଗ ନଗର ଟାଟା ଷ୍ଟିଲ, ଆଦାନି ଧାମରା ପୋର୍ଟ, ହିଣ୍ଡାଲକୋ, ମେ ଫେୟାର ଲାଗୁନଆଦି ଅନୁଷ୍ଠାନ ଫୁଲ ଓ ଆଳଙ୍କାରିକ ଗଛ ଆଣି ଏହି ପ୍ରଦର୍ଶନୀକୁ ସରସ ସୁନ୍ଦର କରିଥିବାରୁ ସେ ସେମାନଙ୍କୁ ପୁରସ୍କାର ଦେଇଥିଲେ ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଶ୍ରୀ ଦେବୀ ଦତ୍ତ ବିଶ୍ଵାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟପ୍ରାଣୀତତ୍ତ୍ଵାବଧାରକ ଶ୍ରୀ ପ୍ରେମ କୁମାର ଝା,ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁରେଶ କୁମାର ପନ୍ତ, ପ୍ରଶାସନିକ ଅଧିକାରୀ ସୁଶ୍ରୀ ଋତୁପର୍ଣ୍ଣା ମହାପାତ୍ର, ପ୍ଲାଣ୍ଟ ଲଭର୍ସ ଆସୋସିଏସନର ସଭାପତି ଶ୍ରୀ କ୍ଷୀରୋଦ ପଟ୍ଟନାୟକଓ ପ୍ଲାଣ୍ଟଲଭର୍ସ ଆସୋସିଏସନର ସମ୍ପାଦକ ଶ୍ରୀ ପି. ଶ୍ରୀନିବାସ ପ୍ରମୁଖ ଏହି ଉଦଯାପନୀ ଦିବସ ସମାରୋହରେ ଉପସ୍ଥିତ ଥିଲେ ।

-0-

ମାନସ ରଞ୍ଜନ ଖୁଣ୍ଟିଆ,ସୂଚନା ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *