ସମସ୍ତ ସହାୟତା ଯୋଗାଇବେ ଓଡିଶା ସରକାର :ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ
ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର, ୨୪/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଦିତ୍ୟ ବିର୍ଲା ଗ୍ରୁପ୍ର ମେଟାଲ ଫ୍ଲାଗସିପ୍ କମ୍ପାନି ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓଡ଼ିଶାର ଶିଳ୍ପବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି । ବୁଧବାର ବିଧାନସଭା କାର୍ଯ୍ୟାଳୟରେ ମାନ୍ୟବରଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସହ ବୈଠକରେ ହିଣ୍ଡାଲ୍କୋର ଓଡ଼ିଶା ସଭାପତି ଅର୍ଦ୍ଧେନ୍ଦୁ ମହାପାତ୍ରସୂଚନା ଦେଇଛନ୍ତି ଯେ, ରାଜ୍ୟ ଭିତରେ ବିଭିନ୍ନ ଆଗାମୀ ଓ ସମ୍ପ୍ରସାରଣ ପ୍ରକଳ୍ପରେ କଂପାନି ପକ୍ଷରୁ ୨୫ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ କରିବାକୁ ଯୋଜନା ରହିଛି । ହିଣ୍ଡାଲକୋ ୮ ହଜାର କୋଟିଟଙ୍କା ବିନିଯୋଗରେ ରାୟଗଡ଼ା ଜିଲ୍ଲା କଂଶାରୀଗୁଡା ଠାରେ ଆଦିତ୍ୟ ଆଲୁମିନା ରିଫାଇନାରୀ ନାମରେ ୨ଏମ୍ଟିପିଏ ଆଲୁମିନା ବିଶୋଧନାଗାର ସ୍ଥାପନ କରୁଛି । ହୀରାକୁଦଠାରେ ୬ ହଜାର କୋଟି ଟଙ୍କାବିନିଯୋଗରେ ୧୦୦୦ ମେଗାୱାଟ୍ ର ଫ୍ଲୋଟିଂ ସୌର ଶକ୍ତି ପ୍ରକଳ୍ପ ନିର୍ମାଣ ହେବାକୁ ଥିବାବେଳେ ସମ୍ବଲପୁରଜିଲ୍ଲା ଲପାଙ୍ଗାଠାରେ ଥିବା ଆଦିତ୍ୟ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ କମ୍ପାନି ପ୍ରାୟ ୭୦କୋଟି ଟଙ୍କା ଖର୍ଚ୍ଚ କରୁଛି । ଏହି ଅଞ୍ଚଳର ଅର୍ଥନୀତିକୁ ସୁଦୃଢ଼ କରିବା ସହ ନୂତନ ପ୍ରକଳ୍ପଗୁଡ଼ିକ ବିପୁଳ ସ୍ଥାନୀୟନିଯୁକ୍ତି ସୃଷ୍ଟି କରିବ ।
ହିଣ୍ଡାଲ୍କୋ ସଭାପତି ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ବର୍ତ୍ତମାନ ହିଣ୍ଡାଲ୍କୋଓଡ଼ିଶା ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ଷମ ଶିଳ୍ପାନୁଷ୍ଠାନରେ ୩୩,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରି ସାରିଛିଏବଂ ୨୧,୦୦୦ ରୁ ଅଧିକ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପ୍ରଦାନ କରିଛି ।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ସରକାରଙ୍କ ତରଫରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି
ଦେବା ସହ ବର୍ତ୍ତମାନର ଏବଂ ଆଗାମୀ ସମସ୍ତ ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ଉପରେ
ଗୁରୁତ୍ୱାରୋପ କରିଥିଲେ ।