ହିନ୍ଦୋଳ ଏସଡ଼ିଜେଏମ ପ୍ରତ୍ୟୁଷା କିରଣ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ହିନ୍ଦୋଳ ୧୦/୦୧/୨୦୨୫ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏସଡିଜେଏମ କୋର୍ଟ ବିଚାରପତି ପ୍ରତ୍ୟୁଷl କିରଣ ଙ୍କ ପଦୋନତି ପରେ ବଦଳି ହୋଇଯାଇଛି ଏବଂ ଏହି ଉପଲକ୍ଷେ ହିନ୍ଦୋଳ ବାର ଆସୋସିଏସନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ଶ୍ରୀମତୀ କିରଣ ହିନ୍ଦୋଳ କୋର୍ଟ ରେ ଗତ ୬/୨/୨୦୨୩ରେ କାର୍ଯ୍ୟରେ ଯୋଗଦାନ ଦେବା ପରେ ନିଜ କର୍ତ୍ତବ୍ୟରେ ସଚୋଟ ଭାବରେ ପରିଚାଳନା କରି ନ୍ୟାୟ ଦେବାରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଥିଲେ। ଶ୍ରୀମତୀ କିରଣ ଜଣେ ଦକ୍ଷ,ସଚୋଟ ମେଳାପୀ ତଥା ନ୍ୟାୟାବନ୍ତ ବିଚାରପତି ଭାବରେ ଖୁବ କମ ଦିନରେ ଆଇନଜୀବୀ,କର୍ମଚାରୀ,ବୁଦ୍ଧିଜୀବୀ ଏବଂ ଜନସାଧାରଣରେ ପ୍ରିୟ ଭାଜନ ହୋଇପାରିଥିଲେ। ତେବେ ଶ୍ରୀମତୀ କିରଣ ଝାରସୁଗୁଡା ମହିଳା ସିଭିଲ କୋର୍ଟର ସିଭିଲ ଜର୍ଜ ସିନିୟର ଡିଭିଜନ ରେ ଯୋଗଦାନ କରିବେ ବୋଲି ଜଣାପଡିଛି। ଆଜି ହିନ୍ଦୋଳ ଆଇନଜୀବୀ  ସଂଘ ଓ କୋର୍ଟ କର୍ମଚାରୀ ଙ୍କ ପକ୍ଷରୁ ଏସଡ଼ିଜେଏମ ଶ୍ରୀମତୀ କିରଣ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଯାଇଥିଲା। ଏଥିସହ ଆଇନଜୀବୀ ମାନେ ଶ୍ରୀମତୀ କିରଣ ଙ୍କ କାର୍ଯ୍ୟଶୈଳୀ କୁ ଉଚ୍ଚପ୍ରଶଂସା କରି କହିଥିଲେ କି ଶ୍ରୀମତୀ କିରଣ ବିଚାରପତି ଭାବରେ ସବୁଦିନ ମନେ ରହିବେ। ବିଚାରପତି ଶ୍ରୀମତୀ ପ୍ରତ୍ୟୁଷା କିରଣ ମଧ୍ୟ ବିଦାୟ ଅବସରରେ ଭାବବିହ୍ୱଳ ହୋଇପଡି ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି  ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ବରିଷ୍ଠ ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ, କ୍ଷିତୀଶ କୁମାର ସର, ଅଭୟ ଆଚାର୍ଯ୍ୟ, ସୁରେଶ ବାରିକ, ପ୍ରକାଶ ଚନ୍ଦ୍ର ନାୟକ, ଦିପ୍ତୀକାନ୍ତ ପ୍ରଧାନ, ବିବେକ ପଣ୍ଡା,ପ୍ରଶାନ୍ତ ସାହୁ, ମନୋଜ ମହାଳିକ, ସଂଜୟ ପଟ୍ଟନାୟକ, ବିକଳ ମହାରଣା, ସନ୍ତୋଷ ନାଏକ, ପ୍ରଦୀପ ମିଶ୍ର, ସୁଶାନ୍ତ ମିଶ୍ର, ଦିବାକର ପଟ୍ଟନାୟକ, ଲୋରିଲିପ୍ଶା ମୁଦୁଲି, ଅରୁଣ କୁମାର ଦାସ, ଦିପ୍ତୀସ କୁମାର ପଟ୍ଟନାୟକ, ବିଶ୍ୱଜିତ କୁମାର, ପ୍ରଶାନ୍ତ କୁମାର ସାହୁ ଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *