ସର୍ବଭାରତୀୟ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଫାଇନାଲରେ ଛତିଶଗଡ଼ ଫରେଷ୍ଟ ଏକାଦଶ

ଖଜୁରିଆକଟl ୧୦/୦୧/୨୦୨୫ (ଓଡ଼ିଶା ସମାଚାର)- ହିନ୍ଦୋଳ  ବ୍ଲକ ଅନ୍ତର୍ଗତ  ବେଡାପଡା ମିନି ଷ୍ଟାଡିୟମରେ ଚାଲିଥିବା ୧୪ତମ ସର୍ବଭାରତୀୟ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଦ୍ବିତୀୟ  ସେମିଫାଇନାଲ  ମ୍ୟାଚ ଛତିଶଗଡ଼ ଫରେଷ୍ଟ ଏକାଦଶ ଏବଂ ସାଇ ଏକାଦଶ ଭୂବନେଶ୍ବର   ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ଟସ୍ ଜିତି ଭୂବନେଶ୍ବର  ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ କୋଡିଏ ଓଭର  ମଧ୍ୟରେ ନଅ  ୱିକେଟ ହରାଇ ୧୬୯ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଶୁଭମ ଶତ୍ରୁଜିତ  ସର୍ବାଧିକ ୪୩ ରନ ସଂଗ୍ରହ କରିଥିଲେ । ଜବାବରେ ଛତିଶଗଡ଼ ଦଳ ୨୦ତମଓଭରର ଶେଷ ବଲରେ ଚୌକା ମାରି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚଟିକୁ ଜିତି ନେଇଥିଲା। । ଛତିଶଗଡ ଫରେଷ୍ଟର  ଏକାଦଶ ଅଭିଜିତ୍ ସିଂ ସର୍ବାଧିକ ଅପରାଜିତ ୬୩ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।  ମ୍ୟାଚକୁ ସୋମନାଥ ସେଠୀ  ଏବଂ ତ୍ରୀନାଥ ସାମନ୍ତ   ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ଦାସ ମ୍ୟାଚ ରେଫରୀ ରହିଥିଲେ ,  ସନ୍ଦିପ ପଣ୍ଡା  ଧାରାବିବରଣୀ ପ୍ରଦାନ କରିଥିଲେ l ଅଜିତ ସାମଲ,  ରାକେଶ ସାମଲ,ବାଦଲ ସାମଲ ସ୍କୋରର  ଦାୟିତ୍ୱ ନିର୍ବାହ କରିଥିଲେ  ।  ମ୍ୟାଚ ଆୟୋଜନରେ ତପନ ପରିଡା,  ବିକାଶ ସାମଲ, ଅଜିତ ସାମଲଙ୍କ ସହ ମା ଅନ୍ଧାରୀ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଆସନ୍ତା ରବିବାର  ଦିନ   ଫାଇନାଲ ମ୍ୟାଚ ରାଇଜିଙ୍ଗ  ଷ୍ଟୁଡେଣ୍ଟ କଟକ  ଏବଂ ଛତିଶଗଡ଼ ଫରେଷ୍ଟ  ଟିମ ମଧ୍ୟରେ  ଅନୁଷ୍ଠିତ ହେବ  ।

Leave a Reply

Your email address will not be published. Required fields are marked *