ନାରୀ ଶକ୍ତି – ଏକ ରକେଟ୍ ସାଇନ୍ସ ନୁହେଁ, ଏହା ଆମ ବିଶ୍ୱାସ ଓ ଅନ୍ତର୍ନିହିତ ସ୍ୱଭାବ: ଡଃ. ଏସ୍. ଜୟଶଙ୍କର

  • ମହିଳା ନେତୃତ୍ୱାଧିନ ସଶକ୍ତିକରଣକୁ ପ୍ରାଧାନ୍ୟ
  • ଦକ୍ଷତାକୁ ଗୁରୁତ୍ୱ ଦିଅନ୍ତୁ, ଲିଙ୍ଗକୁ ନୁହେଁ ।

ଭୁବନେଶ୍ୱର,୧୦/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମେଳନର ଅନ୍ତିମ ଦିବସ “ଆଦର୍ଶ ମହିଳା ପ୍ରବାସୀ:ମହିଳାଙ୍କ ନେତୃତ୍ୱ ଓ ପ୍ରଭାବ – ନାରୀ ଶକ୍ତି” ପ୍ରସଙ୍ଗ ଆଧାରିତ ପୂର୍ଣ୍ଣାଙ୍ଗ ଅଧିବେଶନରୁ ପ୍ରାରମ୍ଭ ହୋଇଥିଲା । ଏହି ଅଧିବେଶନରେ ଅଧ୍ୟକ୍ଷତା କରି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ. ଏସ୍. ଜୟଶଙ୍କର ବିକଶିତ ଭାରତ ନିର୍ମାଣରେ ନାରୀ ଶକ୍ତିର ମହତ୍ତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ନାରୀ ପୁରୁଷ ଲିଙ୍ଗଗତ ବିବିଧତାକୁ ଆଧାରକୁ ନ ନେଇ ବିଭିନ୍ନ କ୍ଷେତ୍ରରେଦକ୍ଷତାକୁ ଗୁରୁତ୍ୱ ଦେବା ଉପରେ ଏହି ଆଲୋଚନା ଚକ୍ରରେ ଗୁରତ୍ୱ ଦିଆଯାଇଥିଲା ।

          କେନ୍ଦ୍ର ମନ୍ତ୍ରୀ ଡଃ. ଏସ୍. ଜୟଶଙ୍କର କହିଥିଲେ ଯେ, ମହିଳାମାନଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ, ଶିକ୍ଷା ସୁନିଶ୍ଚିତ କରିବା ସହ ସାମାଜିକ ବୈଷମ୍ୟ ଦୂରକରି ସେମାନଙ୍କ ଦକ୍ଷତାକୁ ଉଚିତ ସମ୍ମାନ ଜଣାଇବା ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ । ଭାରତ ସରକାରଙ୍କ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ଵରୂପ ମାତୃତ୍ଵକାଳୀନ ଛୁଟି ଅବଧିକୁ୨୬ସପ୍ତାହକୁ ବୃଦ୍ଧି, ମୁଦ୍ରା ଯୋଜନାରେ ୩୦କୋଟି ମହିଳା ଉଦ୍ୟୋଗୀଙ୍କୁ ଋଣ, ଉଚ୍ଚଶିକ୍ଷା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟାରେ୨୮% ବୃଦ୍ଧି, ସୁକନ୍ୟା ସମୃଦ୍ଧି ଯୋଜନାରେ ୩୨ନିୟୁତ ବ୍ୟାଙ୍କଖାତା ଖୋଲାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅନ୍ତର୍ଗତ ୧୦୦ନିୟୁତରୁ ଊର୍ଦ୍ଧ୍ଵ ଧୂଆଁମୁକ୍ତ ପାକଶାଳା, ୪୦ନିୟୁତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ମଧ୍ୟରେ ୭୨ % ମହିଳା ଥିବା ସେ ପ୍ରକାଶ କରିଥିଲେ।  ମହିଳା ସଶକ୍ତିକରଣ ସହିତ ମହିଳା ନେତୃତ୍ଵ ଦ୍ୱାରା ବିକାଶକୁ ସେ ଗୁରୁତ୍ୱ ପ୍ରଦାନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଦର୍ଶ  ମହିଳା ପ୍ରବାସୀ ମାନଙ୍କୁ ସେ ପ୍ରଶଂସା କରିବା ସହ ସେମାନଙ୍କ ଉପଲବ୍ଧି ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ।   ଜି-୨୦ ସମ୍ମେଳନ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କ ଦକ୍ଷତା ବୃଦ୍ଧି  ସୁନିଶ୍ଚିତ କରିବା ପାଇଁ ଭବିଷ୍ୟତରେ ଏହି ବିଶ୍ୱ ସମ୍ମିଳନୀକୁ  ଏକ ମଞ୍ଚଭାବେ ବ୍ୟବହାର କରିବା ପାଇଁ ଆହ୍ୱାନ ଦେଇଥିବା ସେ ସ୍ମରଣ କରିଥିଲେ।

         ଇସ୍ରୋର ବୈଜ୍ଞାନିକ ତଥା ଭାରତର ରକେଟ୍ ମହିଳା ଭାବେ ପରିଚିତ ଡ. ରିତୁ କରିଧାଲଙ୍କ ସଂଚାଳନରେ ଅନୁଷ୍ଠିତ ଏହି ଅଧିବେଶନରେ ଜାମାଇକା ପ୍ରୋମୋଶନସ କର୍ପୋରେସନର ଅଧ୍ୟକ୍ଷା ଶ୍ରୀମତୀ ଶୁଲ୍ଲେଟ୍କକ୍ସ,ପିଟିଇନ୍ଫୋଟେକ ସଲ୍ୟୁସନର ନିର୍ଦେଶିକା ଓ ସହସତ୍ତ୍ଵାଧିକାରିଣୀ, ଜାକର୍ତ୍ତା ର ଇଣ୍ଡୋଇଣ୍ଡିଆନ୍ସ ଡଟ୍ କମ୍ ର ସଂସ୍ଥାପିକା, ଇଣ୍ଡୋନେସିଆ ଇଣ୍ଡିଆ ବିଜନେସ୍ ଫୋରମ (ଆଇଆଇବିଏଫ) ର ଅଧ୍ୟକ୍ଷା ତଥା ଅନ୍ତଃରାଷ୍ଟ୍ରୀୟ ମହିଳାଙ୍କ ଔଦ୍ୟୋଗିକ ସମସ୍ୟାର ବୈଶ୍ଵିକରାଜଦୂତ ଶ୍ରୀମତୀ ପୁନମ ସାଗର, ତାଞ୍ଜାନିଆରେ ବିବିଧ କମ୍ପାନୀ ସମୂହର ପ୍ରତିଷ୍ଠାତ୍ରୀ, ଖ୍ୟାତନାମା ଉଦ୍ୟୋଗପତି ତଥା ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀମତୀ ସୁଦ୍ଧା ମାଜିଥିଆ,ପ୍ରଥମ ମହିଳା ପଣ୍ଡିତ ଭାବେ ପରିଚିତାବିଶିଷ୍ଟ ଶିକ୍ଷା, ସଂସ୍କୃତି ଏବଂ ନାରୀଶକ୍ତି କର୍ମୀ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ- ତ୍ରିନିଦାଦ ଓଟୋବାଗୋର ପ୍ରାଧ୍ୟାପିକା ଡ. ଇନ୍ଦ୍ରାଣୀ ରାମପରସାଦ,ଅଦ୍ଦିଶଅବାବାର ଅନେକ ସମାଜ କଲ୍ୟାଣ ପ୍ରକଳ୍ପର ଅନୁଭବ ତଥା ବନ୍ୟାପ୍ରଶମନ  ଏବଂ ଭିନ୍ନଭିନ୍ନ ଟିମ ଙ୍କ ସହବନ୍ଧନରେ ପର୍ଯ୍ୟଟନସ୍ଥଳୀ ପୁନରୁଦ୍ଧାର ସଂପର୍କିତ ଅଭିଜ୍ଞତା ରଖିଥିବା ଶ୍ରୀମତୀ ମୈତ୍ରୀ ଯୋଶୀ, ଦୋହା ମାର୍କେଟରେ ଅଭିନବ ବ୍ୟବସାୟିକ ଅନୁଭବ ସହ ବଳିଷ୍ଠ ଲୋକସମ୍ପର୍କ ଦକ୍ଷତା ଥିବା ଶ୍ରୀମତୀ ସକଲା ଆପ୍ପାଚ୍ୟୁ  ଦେବ୍ରାଜ୍,ଭାରତର ସମୃଦ୍ଧ ହସ୍ତଶିଳ୍ପକୁ ବିଦେଶରେ ଅନେକ ବିକ୍ରୟସ୍ଥଳ ଶୃଙ୍ଖଳର ସ୍ୱତ୍ୱାଧିକାରିଣୀ ଥିବା ଶ୍ଲୋଭେନିଆ ର ଶ୍ରୀମତୀ କୋକିଭେବେର, ନରୱେ ର ସେଣ୍ଟର ଫର ଡାଇଭର୍ସିଟି ଲିଡରଶିପ “ସୀମା”ର ପ୍ରତିଷ୍ଠାତା ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଲଭଲିନ ବ୍ରେନ୍ନା ପ୍ରମୁଖ ଉକ୍ତ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିଜ ନିଜର ଅନୁଭବଏବଂ ମୂଲ୍ୟବାନ ମତ ରଖିଥିଲେ।

-0-

ତନୁଜା ମହାନ୍ତି,ଲୋକ ସଂପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *