ହିନ୍ଦୋଳ,୦୬/୦୭/୨୦୨୫ (ଓଡ଼ିଶା ସମାଚାର)- ହିନ୍ଦୋଳ ବ୍ଲକ ନୂଆବଗ ପଞ୍ଚାୟତ ସରାସିଂହ ଗ୍ରାମର ପିଡିତା ନାବାଳିକା ଶିଶୁ ପରିବାରକୁ ଭେଟି ଶିଶୁର ସ୍ୱାସ୍ଥ୍ୟ ସହ ଭଲ ମନ୍ଦ ପଚାରି ବୁଝିଛନ୍ତି ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ।ଏନେଇ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରି ଦୋଷୀକୁ କଠୋରରୁ କଠୋର ଦଣ୍ତବିଧାନ ସହ ପିଡିତା ପରିବାର ସଂପର୍କରେ ଆଲୋଚନା କରିଛନ୍ତି ।
ଏହି ଅବସର ରେ ପିଡିତା ଶିଶୁ ପରିବାର କୁ ଆର୍ଥିକ ସହଯୋଗ ଯୋଗାଇଦେଇଛନ୍ତି । ଏହାପରେ ହାତୁରା ଠାରେ ପହଞ୍ଚି ଜନସାସାଧାରଣ ଙ୍କ ଠାରୁ ଅଂଚଳର ବିଭିନ୍ନ ସମସ୍ୟା ଶୁଣି ସେଗୁଡିକର ତ୍ୱରିତ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ଗସ୍ତ ସମୟରେ ସାଂସଦଙ୍କ ପ୍ରତିନିଧି ସୁଶାନ୍ତ ପତି , ବିଜେପି ନେତା ତପନ ମହାପାତ୍ର , ଭାସ୍କର ଚନ୍ଦ୍ର ନାୟକ , ଲିଙ୍ଗରାଜ ସାହୁ ପ୍ରବୋଧ ପ୍ରଧାନ , ଗିରିଶ ସେଠି , ସୁଜିତ ଜେନା , ପ୍ରଶାନ୍ତ ସାମଲ ,ରୁନା ସାହୁ, ଧରଣିଧର ପାଳ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।